ବୌଦ୍ଧ / ଏରନ୍ ନ୍ୟୁଜ / ୦୪ -୦୪ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା କଙ୍କଲା ଗ୍ରାମର ବିମ୍ବାଧର ମହାକୁଡଙ୍କ ଗଳିତ ମୃତ ଦେହକୁ ଆଜି ଉଦ୍ଧାର କରାଯାଇଛି l ବିମ୍ବାଧର ମହାକୁଡ ଗତ ଏକ ମାସ ହେଲା ନିଖୋଜ ରହିଥିଲା l ଏକ ମାସର ନୀରବତା ପରେ ବାଉଁଶୁଣୀ ପୋଲିସ ସକ୍ରିୟତା ପ୍ରକାଶ କରି କଙ୍କଲା ଗ୍ରାମର ଅମିତ ମହାକୁଡ ଓ କାର୍ତ୍ତିକ ମହାକୁଡଙ୍କୁ ଥାନା ରେ ଅଟକରଖି ତଦନ୍ତ କରିବା ପରେ ଆଜି ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ଡମ୍ବରୁଗାଡ ମହାନଦୀ କୂଳ ଶ୍ମଶାନ ଘାଟରେ ବାଲି ଭିତରେ ପୋତିଦିଆଯାଇଥିବା ଶବକୁ ଗଳିତ ଅବସ୍ଥାରେ ଉଦ୍ଧାର କରିଛି l
ଡମ୍ବରଗାଡ ଜଙ୍ଗଲରେ ବାରାହ ଶିକାର କରିବା ପାଇଁ ବସାଯାଇଥିବା ବିଦ୍ୟୁତ ଫାସରେ ପଡି ବିମ୍ବାଧରର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି । ଉଦ୍ଧାର କରାଯାଇଥିବା ଶବର ବ୍ୟବଚ୍ଛେଦ କରାଯିବା ସହ ଅଧିକ ତଦନ୍ତ କରାଯାଉଥିବା ପ୍ରକାଶ l ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id