ତାଜା ଖବର
ଅନ୍ୟାନ୍ୟ ଜୀବନଚର୍ଯ୍ୟା ତାଜା ଖବର

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ

🌹 ମହାବୀର ପଞ୍ଚାଙ୍ଗ🌹
🌹୫-୪-୨୦୨୧((ସୋମବାର))🌹

🌹{{ ବୃହସ୍ପତି ଚଳନ🌹}}

ମୀନ ଦି୨୩ନ।ନବମୀ ଦ୫୧।୪୦ ରାଘ ୨।୨୦।ଉତ୍ତରାଷାଢ଼ା ଦ୫୨।୩୮ ରାଘ ୨।୪୩। ଧନୁ ଚନ୍ଦ୍ର ଦ୭।୩୦ ଦିଘ୮।୪୦

ଭାରତୀୟ ସାଧାରଣ ସମୟ ଅନୁସାରେ (IS.T.)
ମୀନ ଦ୨/୪୨/୫୫ ଇଂଘ୫/୪୧/୧୦ ଗତେ ଉଦୟ
କନ୍ୟା ଦ୩/୪୮/୪୦ ଇଂଘ ୫/୫୮/୨୦ ଗତେ ଅସ୍ତ ।

ଯୋଗିନୀ ପୂର୍ବେ ରାତ୍ରି ଘ୨।୨୦ ଗତେ ଉତ୍ତରେ ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ।ମିଥୁନ ରାଶିର ଘାତବାର । ରାତ୍ରି ଘ୨।୪୩ ଗତେ ଧନିଷ୍ଠା ଶତଭିଷା ଉତ୍ତରଭାଦ୍ର ଅଶ୍ୱିନୀ କୃତ୍ତିକା ମୃଗଶିରା ଆଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା ସ୍ବାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୮।୪୦ ଗତେ ମକର କୁମ୍ଭ ମୀନ ମେଷ କର୍କଟ ତୁଳା ବିଛା ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ସିଂହ ରାଶିର ଘାତଚନ୍ଦ୍ର । ଦିବା ଘ୭।୧୩ ଗତେ ଘ୮।୪୫ ମଧ୍ୟେ କାଳବେଳା ।ଘ୨।୫୪ ଗତେ ଘ୪।୨୬ ମଧ୍ୟେ ବାରବେଳା । ରାତ୍ରି ଘ୧୦।୨୨ ଗତେ ଘ୧୧।୫୦ ମଧ୍ୟେ କାଳରାତ୍ରି । ମୃତେ ରାତ୍ରି ଘ୨।୪୩ ମଧ୍ୟେ ପାଦ ଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ରଜଶ୍ଚକ୍ରେ ବିଧବା । ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଲାବୁ (ଲାଉ) ରାତ୍ରି ଘ୨।୨୦ ଗତେ କଳମ୍ବୀ (କଳମ ଶାଗ) ଭକ୍ଷଣ ନିଷେଧ । ଅଦ୍ୟ ଦିବା ଘ୮।୪୦ ଗତେ ଶରଣ ପଞ୍ଚକ ଜନିତ ଦୋଷ। ତୃଣ କାଷ୍ଠ ଛେଦନ ନିଷେଧ । ବୃହସ୍ପତି ମହାଗ୍ରହ ଧନିଷ୍ଠା ନକ୍ଷତ୍ର କୁମ୍ଭ ରାଶିକୁ ସ୍ବଚାର ଗମନ କରିବେ ।

(ଅମୃତ) – ଦିବା ଘ୭।୧୩ ମଧ୍ୟେ ଘ୧।୨୨ ଗତେ ଘ୨।୫୪ ମଧ୍ୟେ ଘ୪।୨୬ ଗତେ ଘ୫।୫୮ ମଧ୍ୟେ ରାତ୍ରି ଘ୮।୫୪ ମଧ୍ୟେ । (ମାହେନ୍ଦ୍ର) – ଦିବା ଘ୮।୪୫ ଗତେ ଘ୧୦।୧୭ ମଧ୍ୟେ ରାତ୍ରି ଘ୧୧।୫୦ ଗତେ ଘ୧।୧୮ ମଧ୍ୟେ ।

ଆଜିର ରାଶିଫଳ

🌹ମେଷ:

ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର ପରିଶ୍ରମଜନିତ କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।

🌹ବୃଷ:

ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଆର୍ଥିକ ସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି ।

🌹ମିଥୁନ:

ଆଜି ଅର୍ଥ ସମ୍ପର୍କିତ ସମସ୍ୟା ସୃଷ୍ଟି ହେବ। ନିଜ ନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ମନଲୋଭା କଥା କହି ପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହେବ। କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗି ରହିପାରେ।

🌹କର୍କଟ:

ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ ଅବଶ୍ୟ ଆତ୍ମୀୟସ୍ବଜନମାନଙ୍କ ସାହାଯ୍ୟର ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।

🌹ସିଂହ:

ଆଜି ବାଣିଜ୍ୟ, ବ୍ୟବସାୟ, ଚେଷ୍ଟା କରୁଥିବା କାମରେ ଶୁଭଫଳ ପାଇବେ । କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାକୁ ସମୟ ପାଇବେ ନାହିଁ । ବ୍ୟବସାୟିକ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।

🌹କନ୍ୟା:

ଆଜି ଶିକ୍ଷା, ସମ୍ପର୍କ ଓ ଆଲୋଚନା କ୍ଷେତ୍ରରେ କେତେକ ବ୍ୟତିକ୍ରମର ସୂଚନା ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କଳା,ସାହିତ୍ୟ, ସାମ୍ବାଦିକତା ତଥା ସାହିତ୍ୟ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।

🌹ତୁଳା:

ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ । କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିବେ। କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।

🌹ବିଛା:

ଆଜି ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ। ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ଜମିଜମା କାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।

🌹ଧନୁ:

ଆଜି ଆପଣଙ୍କ କଥା ଓ କାମରେ ତାଳମେଳ ରହିବ ନାହିଁ। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ପୂର୍ବ ପରି ରହିବା ହେତୁ ସାମୟିକ ଚିନ୍ତା କରିବେ। ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।

🌹ମକର:

ଆଜି ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ । କର୍ମକ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବା ହେତୁ ଅଟକି ରହିଥିବା କାମଗୁଡ଼ିକ ତ୍ୱରାନ୍ବିତ ହେବ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।

🌹କୁମ୍ଭ:

ଆଜି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ଆଜି ସଭାସମିତି, ସତ୍‌ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ ପାଇଁ ଭଲ।

🌹ମୀନ:

ବୁଧଙ୍କ ସ୍ଥାନ ପ୍ରଭାବରେ ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।

🌹 ଜ୍ଯୋତିଷ ଗଣକ-ରମେଶ ଚନ୍ଦ୍ର ପଣ୍ଡା 🌹
🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ 🌹
🌹ଦୂରଭାଷା-୯୯୩୭୦୬୭୦୫୦/୯୪୩୭୭୯୮୯୩୩ 🌹

Related posts

ବୋୖଦ୍ଧ : ସଂରକ୍ଷିତ ଜଙ୍ଗଲ ଉପରେ ଘରୋଇ ଠିକା କମ୍ପାନୀର ନଜର

SASWAT

ବୌଦ୍ଧର କ୍ରୀଡାରତ୍ନ ଶିବ ନାରାୟଣ ଦାସ ଙ୍କ ଦେହାନ୍ତ , ସବୁ ମହଲରେ ଶୋକ

Aren News

କରୋନା ରିପୋର୍ଟ – ବୌଦ୍ଧ ଜିଲାରେ ୩୭ ଜଣ ଓ ରାଜ୍ୟରେ ୨୫୪୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |