ତାଜା ଖବର
  • Home
  • ରାଜ୍ୟ
  • ମାରୱାଡି ଯୁବ ମଂଚର ରାଷ୍ଟ୍ରିୟ ସଭାପତି କପିଲ ଲାଖୋଟିଆଙ୍କ ବୌଦ୍ଧ ଗସ୍ତ, ଜନସେବା କାର୍ଯ୍ୟକୁ ଗୁରୁତ୍ୱ
ତାଜା ଖବର ଦେଶ- ବିଦେଶ ରାଜ୍ୟ

ମାରୱାଡି ଯୁବ ମଂଚର ରାଷ୍ଟ୍ରିୟ ସଭାପତି କପିଲ ଲାଖୋଟିଆଙ୍କ ବୌଦ୍ଧ ଗସ୍ତ, ଜନସେବା କାର୍ଯ୍ୟକୁ ଗୁରୁତ୍ୱ

ବୌଦ୍ଧ / ଏରନ୍ ନ୍ୟୁଜ / ୦୪ -୦୪ ଅଖିଳ ଭାରତୀୟ ମାରୱାଡି ଯୁବ ମଂଚର ନବନିର୍ବାଚିତ ରାଷ୍ଟ୍ରିୟ ସଭାପତି କପିଲ ଲାଖୋଟିଆ ରବିବାର ବୌଦ୍ଧ ଗସ୍ତରେ ଆସି ବିଭିନ୍ନ ପ୍ରସଙ୍ଗରେ ବୌଦ୍ଧ ଶାଖା ସଦସ୍ୟଙ୍କ ସହିତ ଆଲୋଚନା କରିଛନ୍ତି । ବଲାଙ୍ଗିର ଜିଲା କଂଟାବାଞ୍ଜି ଠାରେ ରବିବାର ଦିନ ଅନୁଷ୍ଠିତ ହେଉଥିବା ଓଡିଶା ପ୍ରଦେଶ ମାରୱାଡି ଯୁବ ମଂଚର ତ୍ରୟବାର୍ଷିକ ଅଧିବେଶନ ‘ସଂସ୍କୃତି-୨୦୨୧’ ରେ ଯୋଗଦେବା ପାଇଁ ନବନିର୍ବାଚିତ ରାଷ୍ଟ୍ରିୟ ସଭାପତି କପିଲ ଲାଖୋଟିଆ ଓଡିଶା ଗସ୍ତରେ ଆସିଛନ୍ତି । ତାଙ୍କ ସହିତ ନିବର୍ତମାନ ରାଷ୍ଟ୍ରିୟ ସଭାପତି ଅମିତ ଅଗ୍ରୱାଲ ମଧ୍ୟ ଏହି ଗସ୍ତରେ ସାମିଲ ହୋଇଛନ୍ତି । ମାରୱାଡି ଯୁବ ମଂଚ ବାଲେଶ୍ୱର ଶାଖାର ସଦସ୍ୟମାନଙ୍କ ଗହଣରେ ରାଷ୍ଟ୍ରିୟ ସଭାପତି କପିଲ ଲାଖୋଟିଆ ବୌଦ୍ଧ ଠାରେ ପହଂଚିଥିଲେ । ବୌଦ୍ଧ ଶାଖାର ସଦସ୍ୟମାନେ ମହାନଦୀ ବ୍ରିଜ ଛକ ଠାରେ ସ୍ୱାଗତ କରିବା ସହିତ ଏକ ବାଇକ ରାଲିରେ ପାଛୋଟି ନେଇଥିଲେ ।

 ରାଷ୍ଟ୍ରିୟ ସଭାପତି କପିଲ ଲାଖୋଟିଆଙ୍କ ସ୍ୱଳ୍ପ ସମୟ ଅବସ୍ଥାନ କରିବା ସମୟରେ ମାରୱାଡି ଯୁବ ମଂଚ ବୌଦ୍ଧ ଶାଖାର ସଦସ୍ୟମାନଙ୍କ ସହିତ ୨୫ ବର୍ଷ ଧରି ବୌଦ୍ଧ ଶାଖା ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ବୌଦ୍ଧ ଶାଖା ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ନେଇ ଖୁସି ବ୍ୟକ୍ତ କରିବା ସହିତ ଆଗାମୀ ଦିନରେ ଅଧିକ ସକ୍ରିୟତାର ସହିତ ଜନସେବା କାର୍ଯ୍ୟ କରିବା ନେଇ ପରାମର୍ଶ ଦେଇଥିଲେ । ଏହି ଅବସରରେ ବୌଦ୍ଧ ଶାଖାର ବରିଷ୍ଠ ସଦସ୍ୟ ସଂପଦ କୁମାର ଅଗ୍ରୱାଲା ଓ ସନ୍ଥ କୁମାର ଅଗ୍ରୱାଲା ରାଷ୍ଟ୍ରିୟ ସଭାପତି କପିଲ ଲାଖୋଟିଆ ଓ ନିବର୍ତମାନ ରାଷ୍ଟ୍ରିୟ ସଭାପତି ଅମିତ ଅଗ୍ରୱାଲଙ୍କୁ ଉପଢ଼ୌକନ ଦେଇ ସମ୍ମାନୀତ କରିଥିଲେ । ବୌଦ୍ଧ ଶାଖା ସଭାପତି ତଥା ପ୍ରାନ୍ତିୟ ଉପସଭାପତି କେତନ କୁମାର ଅଗ୍ରୱାଲା, ସଂପାଦକ ଅଙ୍କିତ କୁମାର ଅଗ୍ରୱାଲାଙ୍କ ନେତୃତ୍ୱରେ ଶାଖାର ସଦସ୍ୟ ମୋହିତ ଅଗ୍ରୱାଲା, ବିକାଶ ଅଗ୍ରୱାଲା, ସୂରଜ ଅଗ୍ରୱାଲା, ମଂଗତୁ ଗୋୟଲ, ରାଜ କିରନ ଅଗ୍ରୱାଲା, ଅଙ୍କିତ ଅଗ୍ରୱାଲା, ନଟବର ଅଗ୍ରୱାଲା, କୁଶ ଅଗ୍ରୱାଲା, ମଂଟୁ ଅଗ୍ରୱାଲା ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ : ଆଜି ଆଉ ୨ଜଣ ପ୍ରବାସୀ ଶ୍ରମିକ ପଜେଟିଭ ଭାବେ ଚିହ୍ନଟ, ସଂଖ୍ୟା ୪୦ କୁ ବୃଦ୍ଧି

Aren News

ସମାଣ୍ଡୁ ନାଳ ପୋଲ ଉପରେ ଦୁଇ ଫୁଟର ପାଣି, ବିଭିନ୍ନ ଅଂଚଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

Aren News

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୯-୪-୨୦୨୧((ଶୁକ୍ରବାର))

Aren News

ଏକ ମନ୍ତବ୍ୟ ଛାଡନ୍ତୁ |