ବୌଦ୍ଧ / ଏରନ୍ ନ୍ୟୁଜ / ୦୩ -୦୪ ଅଖିଳ ଭାରତୀୟ ମାରୱାଡି ଯୁବ ମଂଚର ନବନିର୍ବାଚିତ ରାଷ୍ଟ୍ରିୟ ସଭାପତି କପିଲ ଲାଖୋଟିଆ ଆସନ୍ତାକାଲି ବୌଦ୍ଧ ଗସ୍ତରେ ଆସୁଛନ୍ତି । ବଲାଙ୍ଗିର ଜିଲା କଂଟାବାଞ୍ଜି ଠାରେ ରବିବାର ଦିନ ଅନୁଷ୍ଠିତ ହେଉଥିବା ଓଡିଶା ପ୍ରଦେଶ ମାରୱାଡି ଯୁବ ମଂଚର ତ୍ରୟବାର୍ଷିକ ଅଧିବେଶନ ‘ସଂସ୍କୃତି-୨୦୨୧’ ରେ ଯୋଗଦେବା ପାଇଁ ନବନିର୍ବାଚିତ ରାଷ୍ଟ୍ରିୟ ସଭାପତି କପିଲ ଲାଖୋଟିଆ ଓଡିଶା ଗସ୍ତରେ ଆସିଛନ୍ତି । ତାଙ୍କ ସହିତ ନିବର୍ତମାନ ରାଷ୍ଟ୍ରିୟ ସଭାପତି ଅମିତ ଅଗ୍ରୱାଲ ମଧ୍ୟ ଏହି ଗସ୍ତରେ ସାମିଲ ହୋଇଛନ୍ତି ।
ରବିବାର ସକାଳ ସମୟରେ ସ୍ୱଳ୍ପ ସମୟ ପାଇଁ ବୌଦ୍ଧ ଠାରେ ଅବସ୍ଥାନ କରିବା ସମୟରେ ମାରୱାଡି ଯୁବ ମଂଚ ବୌଦ୍ଧ ଶାଖାର ସଦସ୍ୟମାନଙ୍କ ସହିତ ଆଲୋଚନା କରିବା ସହିତ ଆଗାମୀ ଦିନରେ ଅଧିକ ସକ୍ରିୟତାର ସହିତ ଜନସେବା କାର୍ଯ୍ୟ କରିବା ନେଇ ମାର୍ଗ ପ୍ରଦର୍ଶନ କରିବେ । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id