ତାଜା ଖବର
  • Home
  • ରାଜ୍ୟ
  • ବିଜେପିର ବୌଦ୍ଧ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ, ତେରଟି ଚିଠା ପ୍ରସ୍ତାବ ଗୃହୀତ
ତାଜା ଖବର ରାଜନୀତି ରାଜ୍ୟ

ବିଜେପିର ବୌଦ୍ଧ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ, ତେରଟି ଚିଠା ପ୍ରସ୍ତାବ ଗୃହୀତ

ବୌଦ୍ଧ / ଏରନ୍ ନ୍ୟୁଜ / ୩୧- ୦୩ କେନ୍ଦ୍ରର ମୋଦି ସରକାରଙ୍କ ଦ୍ୱାରା ଗରିବ ଜନସାଧାରଣଙ୍କ ହିତ ଉଦେଶ୍ୟରେ ଚଳାଇଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ଲୋକଙ୍କୁ ଅବଗତ କରାଇବାକୁ ବିଜେପିର ଜିଲା କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତି ନିଆଯାଇଅଛି । ବିଜେପି ବୌଦ୍ଧ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଛି । ଜିଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟଅତିଥି ଭାବେ ସମ୍ବଲପୁର ଜିଲା ବିଜେପିର ପୂର୍ବତନ ସଭାପତି ତଥା ବୌଦ୍ଧ ଜିଲ୍ଲା ପ୍ରଭାରୀ ରାମଚନ୍ଦ୍ର ମେହେର ଯୋଗଦେଇଥିଲେ । ନିଜ ଅଭିଭାଷଣରେ ବୌଦ୍ଧ ଜିଲାର ଘରେ ଘରେ ମୋଦିଙ୍କ ବାର୍ତା , ମୋଦି ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ସନ୍ଦେଶ ପହଂଚାଇବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକାରିଣୀ ବୈଠକରେ ତେରଟି ଚିଠା ପ୍ରସ୍ତାବ ଆଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ୱକୁ କୃତଜ୍ଞତା ଜ୍ଞାପନ ସହିତ ସଂକଳ୍ପ ନିଆଯାଇଥିଲା ।

ଜିଲ୍ଲାରେ ଧାନର ଅଭାବୀ ବିକ୍ରି , ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଓ ବୌଦ୍ଧ ଜିଲ୍ଲାର ବିକାଶରେ ରାଜ୍ୟ ସରକାର ବାଧକ ସାଜିଥିବା ନେଇ ଚିଠା ପ୍ରସ୍ତାବ ଗୃହୀତ ହୋଇଥିଲା । କାର୍ଯ୍ୟକାରିଣୀ ବୈଠକରେ ପୂର୍ବତନ ଜିଲା ସଭାପତି ମନୋରଂଜନ ଦାଶ, ସୈାମିତ୍ରୀ ନାୟକ, ବରିଷ୍ଠ ନେତା ମାଗୁଣୀ ଗାଇଗୌରିଆ , ତ୍ରିପୁରାରୀ ବେହେରା, ରାକେଶ ତ୍ରିପାଠୀ, ବିଧାୟକ ପ୍ରାର୍ଥୀ ସୁଶାନ୍ତ ପ୍ରଧାନ, ପୂର୍ବତନ ସଭାପତି ଅଞ୍ଜନ ସାହୁ,ସରପଞ୍ଚ ରାଜେନ୍ଦ୍ର ମେହେର, ଚଞ୍ଚଳ ରଣା, ଅଞ୍ଜଳି ସେଠୀ , ସୂର୍ଯ୍ୟ ନାରାୟଣ ମହାପାତ୍ର, ଶ୍ରୀ ତାପସ ପଟନାୟକ, ସୁଶାନ୍ତ ବାଘ ଓ ଶତାଧିକ କର୍ମକର୍ତା ଓ ପ୍ରଭାରୀମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରବକ୍ତା ପ୍ରେମାନନ୍ଦ ମିଶ୍ର ପରିଚାଳନା କରିଥିଲେ । ଜିଲ୍ଲା କୋଷାଧ୍ୟକ୍ଷ ନିରଞ୍ଜନ ଦାନି ଧନ୍ୟବାଦ ପ୍ରଦାନ କରିଥିଲେ । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବ୍ରିଜ ବାଡାକୁ ପିଟିଲା ସୁଇପ ଡିଜାର କାର , ଜଣେ ଗୁରୁତର

Aren News

ନର୍ଲା : ଦୁଇ ମହିଳା ଡାକ୍ତର କରୋନା ପଜିଟିଭ, ନର୍ଲା ମେଡିକାଲ ସର୍ଟ ଡାଉନ, ରାଜ୍ୟରେ ଆଉ ୨୨୫ ଚିହ୍ନଟ

Aren News

ମାଲକାନଗିରି : 2 ହାର୍ଡକୋର ମାଓବାଦୀ ଙ୍କ ଆତ୍ମସମର୍ପଣ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |