ବୌଦ୍ଧ / ଏରନ୍ ନ୍ୟୁଜ / ୨୮-୦୩ କରୋନା କଟକଣା ଭିତରେ ମଧ୍ୟ ଫଗୁଣ ପୂର୍ଣ୍ଣମୀ ଓ ଦୋଳ ଉତ୍ସବ ପାଇଁ ସମଗ୍ର ବୌଦ୍ଧ ଜିଲା ଉତ୍ସବ ମୁଖର ହୋଇ ଉଠିଛି । ଗ୍ରାମ ର ଭାଗବତ ମନ୍ଦିର ଓ ଟୁଙ୍ଗି ଗୁଡିକରେ ସ୍ୱତନ୍ତ୍ର ପୂଜା ଓ ଅଷ୍ଟ ପ୍ରହର , ଚବିଶ ପ୍ରହର ନାମ ସଂକିର୍ତନର ଆୟୋଜନମାନ କରାଯାଇଛି । ସ୍ୱଳ୍ପ ଭକ୍ତଙ୍କ ସମାଗମ ମଧ୍ୟରେ ଗ୍ରାମଗୁଡିକରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଦୋଳପୂର୍ଣ୍ଣମୀ ଅବସରରେ ବିଭିନ୍ନ ମନ୍ଦିର ଗୁଡିକରେ ସକାଳ ଠାରୁ ନୂତନ ପାଞ୍ଜି ପୂଜା କରାଯାଇ ଭକ୍ତମାନଙ୍କୁ ଶୁଣାଇ ଦିଆଯାଉଛି ।
ଜିଲାରେ ହୋଲି ଅବସରରେ ଜନସମାଗମକୁ ବାରଣ କରାଯାଇଥିବାରୁ ଆସନ୍ତାକାଲି ହୋଲିଖେଳ ଫିକା ରହିବ ବୋଲି ଆଶା କରାଯାଉଛି । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id