ତାଜା ଖବର
  • Home
  • ରାଜ୍ୟ
  • ରେକର୍ଡ ଭାଙ୍ଗିଲା ବୌଦ୍ଧ, ରାଜ୍ୟର ଉତପ୍ତ ସହର ହେଲା ବୌଦ୍ଧ, ତାପମାତ୍ରା ୪୦.୦୮ ଡିଗ୍ରୀ
ଜୀବନଚର୍ଯ୍ୟା ତାଜା ଖବର ରାଜ୍ୟ

ରେକର୍ଡ ଭାଙ୍ଗିଲା ବୌଦ୍ଧ, ରାଜ୍ୟର ଉତପ୍ତ ସହର ହେଲା ବୌଦ୍ଧ, ତାପମାତ୍ରା ୪୦.୦୮ ଡିଗ୍ରୀ

ବୌଦ୍ଧ / ଏରନ୍ ନ୍ୟୁଜ / ୨୫ -୦୩ ରାଜ୍ୟର ବିଭିନ୍ନ ସହରରେ ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ରେକର୍ଡ ଭାଙ୍ଗିଲା ବୌଦ୍ଧ, ରାଜ୍ୟର ଉତପ୍ତ ସହର ହେଲା ବୌଦ୍ଧ l ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଗତକାଲି ବୌଦ୍ଧରେ ୪୦.୦୮ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ରାଜ୍ୟର ୧୪ ସହରର ତାପମାତ୍ରା ୩୯ ଡିଗ୍ରୀ ଉପରେ ଓ ୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଭୁବନେଶ୍ୱରରେ ୪୦.୦୪ ଡିଗ୍ରୀ, ବଲାଙ୍ଗୀରରେ ୪୦.୦୪ ଡିଗ୍ରୀ, ସୋନପୁରରେ ୪୦.୦୨ ଡିଗ୍ରୀ, ଅନୁଗୁଳରେ ୪୦.୦୧ ଡିଗ୍ରୀ ତାପମାତ୍ରା ରହିଛି।

ସେହିଭଳି ବାରିପଦା, ଟିଟଲାଗଡ଼, ମାଲକାନାଗିରି ଏବଂ ନୟାଗଡ଼ରେ ୪୦.୦ ଡିଗ୍ରୀ ତାପମାତ୍ରା ରହିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାରଦ ବଢିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ୨ ରୁ ୩ଡିଗ୍ରୀ ତାପମାତ୍ରା ବଢିବାକୁ ଥିବା ବେଳେ ବାକି ଜିଲ୍ଲା ଗୁଡିକରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।   ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ରାଜ୍ୟରେ ଆଜି ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨ କୁ ବୃଦ୍ଧି

Aren News

ବୌଦ୍ଧ ଜିଲ୍ଲl ଭାରତୀୟ ଜନତା ପାର୍ଟି ତରଫରୁ ବ୍ଲକ ଘେରାଓ

Aren News

ମିଜୋରାମରେ ରୁହନ୍ତି ଦୁନିଆର ସବୁଠୁ ବଡ ପରିବାର: 39 ଜଣ ପତ୍ନୀ, 94 ପିଲା ଏବଂ 33 ନାତି ଥିବା ବ୍ୟକ୍ତି

Aren News

ଏକ ମନ୍ତବ୍ୟ ଛାଡନ୍ତୁ |