ବୌଦ୍ଧ / ଏରନ୍ ନ୍ୟୁଜ / ୨୩-୦୩ ଆର୍ନ୍ତଜାତୀୟ ଅନୁଷ୍ଠାନ ନିଫା ପକ୍ଷରୁ ୨୩ ତାରିଖ ସହିଦ ଭଗତ୍ ସିଂ, ରାଜଗୁରୁ ଓ ସୁଖଦେବଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଜିଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଏଥିରେ ରାଜ୍ୟ ସଭାପତି ଜ୍ଞାନଚାନ୍ଦ ଶତପଥି, ରାଜ୍ୟ ସଂଯୋଜକ ପ୍ରବିର କୁମାର ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ତ୍ରିଲୋଚନ ପ୍ରଧାନ, ନେହେରୁ ଯୁବକେନ୍ଦ୍ର ଅଧିକାରୀ ବିରେନ୍ଦ୍ର ସିଂ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ଜିଲ୍ଲା ସଂଯୋଜକ ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଟାଉନହଲରେ ଅନୁଷ୍ଠିତ ଶିବିରରେ ୮୦ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ସେହିପରି ପ୍ରଶାନ୍ତ କୁମାର ବିଶିଙ୍କ ନେତୃତ୍ୱରେ ଧଳପୁର ଠାରେ ୨୫ ୟୁନିଟ ଓ ଖଜୁରିଆ ଗ୍ରାମଠାରେ ୬୦ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।
ଓଡିଶା ରକ୍ତ ଭଣ୍ଡାର ବୌଦ୍ଧର ଅଧିକାରୀ ଡାକ୍ତର ମଳୟ କୁମାର ସାହୁ, ଟେକନିସିଆନ୍ ଚତୁର୍ଭୁଜ ବାରିକ, ଦିଲ୍ଲିପ କୁମାର ପ୍ରଧାନ, ଦେବଦତ୍ତ କିଷାନ ଏବଂ କର୍ମଚାରୀମାନେ ଯୋଗଦାନ କରି ରକ୍ତ ସଂଗ୍ରହ କରିଥିଲେ । ବୌଦ୍ଧଜିଲ୍ଲାର ରକ୍ତଦାନ ଶିବିର ଆୟୋଜନ କରି ଆସୁଥିବା ଅନୁଷ୍ଠାନ ରକ୍ତଦାତା ପ୍ରବର୍ତକ ସଂଘ, ଭାରତ ସ୍ୱାଭିମାନ ଟ୍ରଷ୍ଟ, ଅନ ଲାଇନ କବିତା ଆସର, ଫ୍ରେଣ୍ଡସିପ କ୍ଲବ, ନେହେରୁ ଯୁବ କେନ୍ଦ୍ର, ପ୍ରଣାମ ନୃତ୍ୟାନୁଷ୍ଠାନ, ୟୁଥ୍ ରେଡକ୍ରସ, ଜୁନିଅର ରେଡକ୍ରସ, ଜିବନ ଜ୍ୟୋତି, ନାରାୟଣୀ କ୍ଲବ, ମାଁ ବୁଢୀବାଉରୀ ସଂଘ, ସିଂଘଲ ଏଣ୍ଡ ସିଂଘଲ, ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ସତ୍ୟସାଇ ସେବା ସଂଗଠନ, ଗର୍ଜନ ସେନା, ଆଇ.ଟି.ଆଇ., ପଲିଟେକନିକ୍, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବୌଦ୍ଧ ମାଟିର ଛୁଆ, ମଡେଲ ଡିଗ୍ରୀ କଲେଜ, ୟାରା ଅନୁଷ୍ଠାନର କାର୍ଯ୍ୟକର୍ତା ଓ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିବା ସହିତ ରକ୍ତଦାନ କରିଥିଲେ । ମିଆମାର ଯିବାପାଇଁ ମନୋନୀତ ହୋଇଥିବା ବୌଦ୍ଧ ଜିଲ୍ଲାର ଅନିସା ମେହେର ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ ରକ୍ତଦାତାମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id