ତାଜା ଖବର
  • Home
  • ରାଜ୍ୟ
  • ବୌଦ୍ଧ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ୨ ଦିିନିଆ କ୍ରୀଡା ଉତ୍ସବ
ଖେଳ ତାଜା ଖବର ରାଜ୍ୟ

ବୌଦ୍ଧ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ୨ ଦିିନିଆ କ୍ରୀଡା ଉତ୍ସବ

ବୌଦ୍ଧ / ଏରନ୍ ନ୍ୟୁଜ / ୨୨-୦୩ ବୌଦ୍ଧ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ୨ ଦିିନିଆ ବ୍ଳକସ୍ତରୀୟ କ୍ରୀଡା ଉତ୍ସବ ବାମଣ୍ଡା ଠାରେ ଅନୁଷ୍ଠିତ ହୋଇଅଛି । ରଘୁନାଥ ଯୁବ ସଂସଦ ଓ ବିବେକାନନ୍ଦ ଯୁବ ସଂସଦ ସହଯୋଗରେ ଅନୁଷ୍ଠିତ ଏହି ୨ ଦିିନିଆ ବ୍ଳକସ୍ତରୀୟ କ୍ରୀଡା ଉତ୍ସବରେ ଭଲିବଲ, ଫୁଟବଲ, ସାଇକ୍ଳୋଥନ ଏବଂ ଦୌଡ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା । ଭଲିବଲ ଟୁର୍ଣ୍ଣାମେଣ୍ଟରେ ୬ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ତାଳବାହାଲ ଦଳ ବିଜୟଲାଭ କରିଥିଲା । ସେହିପରି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ୪ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଦେବଗଡ ଦଳ ବିଜୟଲାଭ କରିଥିଲା ।

ଏହା ସହିତ ବିଭିନ୍ନ ବର୍ଗରେ ଦୌଡ ଓ ସାଇକ୍ଳୋଥନ ରେ ବିଭିନ୍ନ ଗ୍ରାମରୁ ୫୦ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ନେହେରୁ ଯୁବ କେନ୍ଦ୍ର ବୌଦ୍ଧର ଜିଲା ଯୁବ ଅଧିକାରୀ ବିରେନ୍ଦ୍ର ବୋକେନ, ଇଂ ବିକ୍ରମ ମହାକୁଲ, ଦାମୋଦର ମିଶ୍ର ଓ ଅନ୍ୟମାନେ ଯୋଗଦେଇ କୃତି ଦଳ ଓ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

କରୋନା ରିପୋର୍ଟ – ବୌଦ୍ଧ ଜିଲାରେ ହଜାରେ ଟପିଲା ଓ ରାଜ୍ୟରେ ୩୯୯୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ଦେଶରେ ୨ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ରାଜ୍ୟରେ ୨୨୪୫ ସଂକ୍ରମିତ

Simun Naik

ବୌଦ୍ଧ: ପ୍ରବାସୀ ଶ୍ରମିକମାନଙ୍କୁ ରେଳ ଯୋଗେ ଶିଘ୍ର ଆଣିବାକୁ ବିଜେପିର ଦାବୀ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |