• Home
  • ରାଜ୍ୟ
  • ତାଳି ଓ ଥାଳି ବଜାଇ ଦରବୃଦ୍ଧି ବିରୋଧରେ ମହିଳା କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ
ତାଜା ଖବର ରାଜନୀତି ରାଜ୍ୟ

ତାଳି ଓ ଥାଳି ବଜାଇ ଦରବୃଦ୍ଧି ବିରୋଧରେ ମହିଳା କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ

ବୌଦ୍ଧ / ଏରନ୍ ନ୍ୟୁଜ / ୧୩-୦୩ ଦେଶରେ ଡିଜେଲ ଓ ପେଟ୍ରୋଲର ଅହେତୁକ ଦରବୃଦ୍ଧି ସାଧାରଣ ଲୋକଙ୍କୁ ତଳିତଳାନ୍ତ କରିଥିବା ନେଇ ବୌଦ୍ଧ ଜିଲା ମହିଳା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯିବା ସହ ତୁରନ୍ତ ବର୍ଦ୍ଧିତ ଦର ହ୍ରାସ କରାଯିବାକୁ ଦାବୀ କରିଛି । ଏନେଇ ଆଜି ବୌଦ୍ଧ ଠାରେ ତାଳି ଓ ଥାଳି ବଜାଇ ଦରବୃଦ୍ଧି ବିରୋଧରେ ମହିଳା କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି । ସହରର ସବୁଠାରୁ ବ୍ୟସ୍ତତମ ଅଂଚଳ ଏନ.ଏ.ସି ଛକ ଠାରେ ୫୭ ନଂ ଜାତୀୟ ରାଜପଥ ଉପରେ ଟ୍ରାଫିକକୁ ଅବରୋଧ ନକରି ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଡିଜେଲ ଓ ପେଟ୍ରୋଲର ବର୍ଦ୍ଧିତ ଦର ହ୍ରାସ କରାଯିବା, ଖାଉଟି ସାମଗ୍ରୀର ଦର ହ୍ରାସ କରିବା, ଜିଲାର ସମସ୍ତ ଚାଷୀଙ୍କ ଧାନକୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ କ୍ରୟ କରାଯିବା , କରୋନା ଦ୍ୱାରା ଆର୍ଥିକ କ୍ଷତି ସହିଥିବା ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ରୁଣ ଛାଡ କରିବା ଓ ନୂତନ ରୁଣ ପ୍ରଦାନ କରାଯିବାକୁ ଦଳ ପକ୍ଷରୁ ଦାବୀ କରାଯାଇଛି । ଜିଲା ମହିଳା କଂଗ୍ରେସର ସଭାନେତ୍ରୀ କବିତା ମହାକୁଡଙ୍କ ନେତୃତ୍ୱରେ ଶତାଧିକ ମହିଳା କର୍ମୀ ବିକ୍ଷୋଭ ରେ ସାମିଲ ହୋଇଥିଲେ । ଜିଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ର, ବରିଷ୍ଠ ନେତା ନାରାୟଣ ପରିଜା, ପ୍ରଦୀପ ଦାସ, ସମରେଶ ମିଶ୍ର ଓ ଅନ୍ୟ କର୍ମକର୍ତା ଓ କର୍ମୀମାନେ ମଧ୍ୟ ବିକ୍ଷୋଭ ରେ ସାମିଲ ହୋଇଥିଲେ ।   ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

କରୋନା ଖବର, ରାଜ୍ୟରେ ୩୬୩୧ ଜଣ କରୋନା ପଜିଟିଭ ଚିହ୍ନଟ, ବୌଦ୍ଧରେ ୮୪

Aren News

ଗୁରୁ ଶିଷ୍ୟ ପରଂପରା : ଗୁରୁ ପୁର୍ଣ୍ଣିମା ଉତ୍ସବ ପାଳିତ

Aren News

ସମ୍ବଲପୁର : ୧୫୦୦ ଟଙ୍କା ଲାଞ୍ଚ ମାଗି ଭିଜିଲାନ୍ସ ଜାଲରେ ସରକାରୀ ବାବୁ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |