• Home
  • ରାଜ୍ୟ
  • ଜଙ୍ଗଲ ସୁରକ୍ଷା ସଚେତନତା ନିମନ୍ତେ ଆରମ୍ଭ ହେଲା ବନାଗ୍ନି ସଚେତନତା ରଥ
ଅପରାଧ ତାଜା ଖବର ରାଜ୍ୟ

ଜଙ୍ଗଲ ସୁରକ୍ଷା ସଚେତନତା ନିମନ୍ତେ ଆରମ୍ଭ ହେଲା ବନାଗ୍ନି ସଚେତନତା ରଥ

ବୌଦ୍ଧ / ଏରନ୍ ନ୍ୟୁଜ / ୧୨-୦୩ ବୌଦ୍ଧ ଜିଲାର ବିଭିନ୍ନ ସଂରକ୍ଷିତ ଓ ଗ୍ରାମ୍ୟ ଜଙ୍ଗଲରେ କ୍ରମାଗତ ଭାବେ ନିଆଁ ଲାଗିଥିବା ବେଳେ ବନ ବିଭାଗ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହେଉଛି । ଆଜି ବୌଦ୍ଧ ବନଖଣ୍ଡ ତରଫରୁ ତିନି ବ୍ଲକ୍ ଅଂଚଳ ପାଇଁ ଜଙ୍ଗଲରେ ନିଆଁ ନଲାଗାଇବାକୁ ଲୋକଙ୍କୁ ସଚେତନତ କରାଯିବା ଉଦ୍ଦେଶ୍ୟରେ ତିନି ଗୋଟି ବନାଗ୍ନି ସଚେତନତା ରଥର ଶୁଭାରମ୍ଭ କରାଯାଇଛି କ୍ଷ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧୀକ୍ଷକ ଭି ରଘୁନାଥ ରାଓ ଓ ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ସବୁଜ ପତାକା ଦେଖାଇ ଏ ରଥର ଶୁଭାରମ୍ଭ କରିଥିଲେ । ବନାଗ୍ନି ସଚେତନତା ରଥ ବୌଦ୍ଧ ବନଖଣ୍ଡ ର ବିଭିନ୍ନ ଗ୍ରାମକୁ ଯାଇ ଜଙ୍ଗଲ କୁ ନିଆଁ ଦାଉରୁ ସୁରକ୍ଷିତ ରଖିବା ପାଇଁ ସଚେତନତାର ବାର୍ତ୍ତା ଲୋକଙ୍କୁ ବାଣ୍ଟିବ । ଜଙ୍ଗଲରେ ନିଆଁ ଲାଗିଲେ ତୁରନ୍ତ ଖବର୍ ଦେବାକୁ ଏକ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି ।  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୯-୫-୨୦୨୧((ଶନିବାର))

Aren News

ଗୁରୁଜିମୁଣ୍ଡା ଗ୍ରାମରୁ ଏକ କ୍ୱିଣ୍ଟାଲ ଗଂଜେଇ ଜବତ, ଦୁଇ ଜଣ ଗିରଫ

Aren News

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୦-୭-୨୦୨୧((ମଙ୍ଗଳବାର))

Aren News

ଏକ ମନ୍ତବ୍ୟ ଛାଡନ୍ତୁ |