ବୌଦ୍ଧ / ଏରନ୍ ନ୍ୟୁଜ / ୧୧ -୦୩ ବୌଦ୍ଧ ଜିଲାର ସବୁ ସଂରକ୍ଷିତ ଜଙ୍ଗଲ ଗୁଡିକ ଏବେ ନିଆଁ ଘେରରେ । ବତ୍ତର୍ମାନ ଜିଲାରେ ଥିବା ୫ ଗୋଟି ରେଞ୍ଜ କଂଟାମାଳ, ମନମୁଣ୍ଡା, ବୌଦ୍ଧ , ପୁରୁଣାକଟକ ଓ ମାଧପୁର ରେଞ୍ଜର ୭୦ରୁ ଅଧିକ ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି । ଅନ୍ୟପକ୍ଷରେ ପଦ୍ମତୋଳା ଜଙ୍ଗଲରେ ନିଆଁଲଗାଇଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ବନ ବିଭାଗ l
ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ କୁଶଙ୍ଗ ବନ୍ୟପ୍ରାଣି ନୁଆଁପଡା ବିଟ୍ ପଦ୍ମତୋଲା ଜଙ୍ଗଲରେ ଦୁଇଜଣ ବ୍ୟକ୍ତି ନିଆଁଲାଗିଥିବା ସ୍ଥାନରେ କାଠ ସଂଗ୍ରହ କରୁଥିଲେ । ବନ ବିଭାଗ ତାଙ୍କୁ ନିଆଁଲଗାଇଥିବା ସଂପର୍କରେ ତଦନ୍ତ କରି କୌଣସି ସନ୍ତୋଷଜନକ ଉତର ନମିଳିବାରୁ ଉଭୟଙ୍କ ନାମରେ ଏକ ମାମଲା ରୁଜୁକରି ଗିରଫ କରିଥିଲା । ଉଭୟ ଦୁଇଜଣ ମହାଲିକପଡା ପଂଚାୟତର ଘୁମୁରୀ ପଡାର ମଦନ ଦେହୁରୀ(୪୦) ଫକିର ନାୟକ (୪୫) ବୋଲି ବନ୍ୟପ୍ରାଣି ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି। ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id