ବୌଦ୍ଧ / ଏରନ୍ ନ୍ୟୁଜ / ୦୭-୦୩ ରୋଗୀଙ୍କ ଘର ପ୍ରାୟ ଦେଢ କିଲୋମିଟର ଦୂର ଓ ରାସ୍ତା ଯୋଗାଯୋଗ ନ ଥିବାରୁ ଆମ୍ବୁଲାନ୍ସ ଯିବା ସମ୍ଭବପର ନଥିଲା । ଏପରି ଏକ ଅବସ୍ଥାରେ ଆମ୍ବୁଲାନ୍ସ କର୍ମଚାରୀମାନେ ରୋଗୀକୁ ଏକ କିଲୋମିଟର ଖଟିଆରେ ବୋହି ଡାକ୍ତରଖାନାକୁ ନେବା ଭଳି ପ୍ରଶଂସନୀୟ କାମ କରିଛନ୍ତି l ଏହି ଘଟଣା ଘଟିଛି ବୌଦ୍ଧ ବ୍ଲକ୍ ଆମ୍ବଝରୀ ଗ୍ରାମ ପଞ୍ଚାୟତର ବିଜାମାରି ଗ୍ରାମରେ l ବୌଦ୍ଧ ବ୍ଲକ୍ ଆମ୍ବଝରୀ ଗ୍ରାମ ପଞ୍ଚାୟତ ବିଜାମାରୀ ଗ୍ରାମର ଜଣେ ରୋଗୀଙ୍କୁ ସ୍ଟ୍ରେଚର ରେ ପ୍ରାୟ ଦେଢ଼ କିଲୋମିଟର ବାଟ ବୋହିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ।
ବିଜାମାରୀ ଗ୍ରାମର ପ୍ରଭାକର କଂହର ପାରାଲିସିସ ହୋଇଥିବା ବେଳେ ସୁଚନା ପାଇ ୧୦୮ ଆମ୍ବୁଲାନ୍ସ୍ କର୍ମଚାରୀ ମାନେ ବିଜାମାରୀ ପହଂଚି ରୋଗୀଙ୍କ ଘର ଅନୁସନ୍ଧାନ କରିଥିଲେ। ଆମ୍ବୁଲାନ୍ସ୍ କର୍ମଚାରୀ ଫାର୍ମାସିଷ୍ଟ କୃଷ୍ଣଚନ୍ଦ୍ର ସାହୁ, ଡ୍ରାଇଭର ଦ୍ରାହିବର ବଶିଷ୍ଠ ନାଏକ ଓ ଅଟେଡେଣ୍ଟ ବାଦଲ ବେହେରା ରୋଗୀଙ୍କୁ ଆମ୍ବୁଲାନ୍ସ୍ ନିକଟକୁ ବୋହି ଆଣି ବୌଦ୍ଧ ଡାକ୍ତରଖାନାରେ ଭର୍ତି କରିଥିଲେ । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id