ତାଜା ଖବର
  • Home
  • ଅନ୍ୟାନ୍ୟ
  • ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା ସଚେତନତା ଉତ୍ସବ
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା ସଚେତନତା ଉତ୍ସବ

ବୌଦ୍ଧ / ଏରନ୍ ନ୍ୟୁଜ / ୦୭-୦୩ କେନ୍ଦ୍ରର ମୋଦି ସରକାରଙ୍କ ଦ୍ୱାରା ଗରିବ ଜନସାଧାରଣଙ୍କ ହିତ ଉଦେଶ୍ୟରେ ଦେଶରେ ଭାରତୀୟ ଜନଔଷଧି ପରିୟୋଜନା ମାଧ୍ୟମରେ ଶସ୍ତା ଦରରେ ଉଚ୍ଚମାନର ଔଷଧ ଯୋଗାଇ ଦିଆଯାଉଅଛି । ଆଜି ଦେଶ ସାରା ଭାରତୀୟ ଜନଔଷଧି ଦିବସ ପାଳନ କରାଯାଉଥିବା ବେଳେ ବୌଦ୍ଦ ଠାରେ ମଧ୍ୟ ଏକ ଉତ୍ସବର ଆୟୋଜନ କରାଯାଇ ସାଧାରଣ ଲୋକଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭାରତୀୟ ଜନଔଷଧି ଦିବସ ଅବସରରେ ଦିଆଯାଇଥିବା ଉଦ୍‌ବୋଧନ ଓ ବାର୍ତାକୁ ଉତ୍ସବରେ ସାଧାରଣ ଲୋକେ ଦେଖି ଓ ଶୁଣି ପାରିଥିଲେ ।

ଫାର୍ମାସ୍ୟୁଟିକାଲ ବିଭାଗ ପକ୍ଷରୁ ବୌଦ୍ଧଜିଲ୍ଲାରେ ଜନ ଔଷଧି କେନ୍ଦ୍ର ଖୋଲଯାଇଛି । ଏହି କେନ୍ଦ୍ରରେ ବଜାରରେ ବିକ୍ରୀ ହେଉଥିବା ସମାନ ଔଷଧର ମୁଲ୍ୟଠାରୁ ୫୦ ରୁ ୯୦ ପ୍ରତିଶତ କମ୍ ମୁଲ୍ୟରେ ବିକ୍ରୀ ହେଉଅଛି । ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ତ୍ରିଲୋଚନ ପ୍ରଧାନ ଯୋଗଦେଇ ଜନ ଔଷଧିରେ ମିଳୁଥିବା ଔଷଧ ବିଷୟରେ ଆଲୋଚନା କରିଥିଲେ । ଅଶୋକ ଅଗ୍ରଓ୍ୟାଲାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଏ.ଏନ୍‌.ଏମ୍‌. ପ୍ରଶିକ୍ଷଣ କେନ୍ଦ୍ର ଅଧ୍ୟକ୍ଷା ରିତାଞ୍ଜଳୀ ସ୍ୱାଇଁ ଯୋଗଦେଇଥିଲେ । ଉତ୍ସବ ସ୍ଥଳରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନକୁ ସିଧାସଳଖ ପ୍ରସାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବୌଦ୍ଧଜିଲ୍ଲାର ବୁଦ୍ଧିଜିବୀ, ବରିଷ୍ଠ ନାଗରୀକ, ହିତାଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରିଥିଲେ ।  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

କଙ୍ଗାରୁ କୋର୍ଟର କୁପରିଣତି, ପୋଲିସ ପକ୍ଷରୁ ୩୩ଜଣଙ୍କ ନାମରେ ମୋକଦ୍ଦମା

Aren News

କରାଳ ରୂପ ଧରି ଆଜି ମଧ୍ୟାହ୍ନରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ଅମ୍ପନ୍, ରାତିରୁ ଆରମ୍ଭ ହେଲାଣି ପ୍ରବଳ ବର୍ଷା ଓ ପବନ

Aren News

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କାରେ ୨ ମୃତ, ଜଣେ ଗୁରୁତର

Simun Naik

ଏକ ମନ୍ତବ୍ୟ ଛାଡନ୍ତୁ |