ସୁବର୍ଣ୍ଣପୁର / ଏରନ୍ ନ୍ୟୁଜ / ୦୬ -୦୩ ( ମନବୋଧ ମଲ୍ଲିକ ) ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଟିକିରାପଡା ଗାଁରେ ଅଘଟଣ । ଜଣେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା । ମୃତକ ଜଣକ ହେଲେ ଟିକିରାପଡା ଗାଁର ବାବୁଲୁ ମେହେର । ଆଜି କୌଣସି କାରଣରୁ ଉଭୟ ପଡୋଶିଙ୍କ ମଧ୍ୟରେ ବଚସା ହୋଇଥିଲା । ଶେଷରେ କଥା କଟା କଟିରୁ ଗୁଳିକାଣ୍ଡ ପର୍ଯ୍ୟନ୍ତ କଥା ଯାଇଥିଲା । ଗାଁର ମୁରଲି ମେହେର ବାବୁଲୁଙ୍କୁ ଗୁଳି କରିଥିବା ଜଣା ପଡିଛି ।
ଆହତ ଅବସ୍ଥାରେ ବାବୁଲୁଙ୍କୁ ବିରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ମୁରଲିକୁ ସୁବଳୟା ପୋଲିସ ଅଟକ ରଖି ପଚରା ଉଚରା କରିଥିବା ଜଣା ପଡିଛି । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id