ତାଜା ଖବର
  • Home
  • ଅପରାଧ
  • ପିତାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ସମୟରେ ଦୁର୍ଘଟଣା, ପୁତ୍ରର ମୃତ୍ୟୁ
ଅପରାଧ ତାଜା ଖବର ରାଜ୍ୟ

ପିତାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ସମୟରେ ଦୁର୍ଘଟଣା, ପୁତ୍ରର ମୃତ୍ୟୁ

ବୌଦ୍ଧ / ଏରନ୍ ନ୍ୟୁଜ/ ୦୬-୦୩ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା କରଡ଼ାକୋଠା ନିକଟରେ ଛିଡ଼ା ହୋଇଥିବା ଏକ ଜେସିବି ବୋଝେଇ ଟ୍ରକକୁ ପିଟିଲା ସ୍ୱିଫ୍ଟ କାର । ଫଳରେ ଘଟଣା ସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ ସୁବର୍ଣ୍ଣପୁର ତରଭା ଅଂଚଳର ଅରୁଣ ମେହେର ନିଜ ପିତାଙ୍କ ପାର୍ଥିବ ଶରୀର କୁ ପୁରୀରେ ଅନ୍ତିମ ସଂସ୍କାର ସାରି ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଅରୁଣ ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟ ହୋଇଥିବା ବେଳେ ଅନ୍ୟ ୪ ଜଣ ସମ୍ପର୍କିୟ ଗୁରୁତର ଆହତ ହୋଇଥିଲେ । ଖବର ପାଇ ହରଭଙ୍ଗା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲା । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି । ପୁରୁଣାକଟକ ପୋଲିସ ଅଧିକ ତଦନ୍ତ ଚଳାଇଛି ।  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

  subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ପୀଠରେ ସପ୍ତପୂରୀ ଅମାବାସ୍ୟା

Aren News

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ର ୯୬ତମ ପ୍ରତିଷ୍ଠା ଦିବସ ପାଳିତ

Aren News

ନବରଙ୍ଗପୁର: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ସ୍ମାରକ ପତ୍ର ପ୍ରଦାନ, ପଦଯାତ୍ରା କରି ୨୨୯ ବ୍ଲକ ପରିଭ୍ରମଣ କଲେଣି ସତ୍ୟବ୍ରତ

Simun Naik

ଏକ ମନ୍ତବ୍ୟ ଛାଡନ୍ତୁ |