ବୌଦ୍ଧ / ଏରନ୍ ନ୍ୟୁଜ / ୦୫ -୦୩ ବୌଦ୍ଧ ଜିଲାର ବିଭିନ୍ନ ସ୍ଥାନରେ ବିଜୁ ଜୟନ୍ତୀ ଉତ୍ସବ ପାଳିତ ହେବା ସହ ଶତାଧିକ ବ୍ୟକ୍ତି ଓ ନେତା ମାନେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି l ଏହା ସହିତ ପ୍ରଶାସନ ଦ୍ୱାରା ଜିଲା ଓ ବ୍ଲକ ସ୍ତରରେ ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ କରାଯାଇଛି । ବୌଦ୍ଧ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ପଟ୍ଟନାୟକ ଜୟନ୍ତୀ ଉତ୍ସବ ବୌଦ୍ଧ ଟାଉନ୍ହଲ୍ ଠାରେ ରାଜ୍ୟ ଯୁବ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି l ବିଧାୟକ ପ୍ରଦିପ କୁମାର ଅମାତ୍ ମୁଖ୍ୟଅତିଥି ଭାବରେ ଓ ସମ୍ମାନିତ ଅତିଥି ଭାବରେ ବିଜେଡିର ପର୍ଯ୍ୟବେକ୍ଷକ କୃତିବାସ ପାତ୍ର ଯୋଗ ଦେଇଥିଲେ l
ସେହିପରି କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ପଟ୍ଟନାୟକ ଜୟନ୍ତୀ ଉତ୍ସବ କୁଲୁତାଯୋର ପଞ୍ଚାୟତ ଟପର୍ଣ୍ଣା ସ୍ଥିତ କଲ୍ୟାଣ ମଣ୍ତପ ଠାରେ ବିଧାୟକ ମହୀଧର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି l ଜୟନ୍ତୀ ଉତ୍ସବରେ ବରିଷ୍ଠ ବିଜେଡି ନେତା ରମଣିରଞ୍ଜନ ପ୍ରଧାନ, ବ୍ଲକ ଯୁବ ବିଜେଡି ସଭାପତି ସମ୍ଭପ୍ରସାଦ ସାହୁ ଓ ଅନ୍ୟମାନେ ଯୋଗ ଦେଇଥିଲେ l ଡିଆରଡିଏ ଠାରେ ଆୟୋଜିତ ପଞ୍ଚାୟତିରାଜ ଦିବସ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଉପଜିଲ୍ଲାପାଳ ଅଶ୍ବିନୀ ମେହେର ଓ ନିର୍ବାଚିତ ଜିଲ୍ଲା ପରିଷଦ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ମହାନଦୀ ବ୍ରିଜ ଛକ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id