ତାଜା ଖବର
  • Home
  • ଅପରାଧ
  • ନିର୍ମାଣାଧୀନ ମହାନଦୀ ସେତୁରୁ ଖସିପଡି ଅନ୍ୟ ଜଣେ ଶ୍ରମିକଙ୍କ ମୃତ୍ୟୁ, କେତେ ମୁଣ୍ଡ ନେବା ପରେ ଚେତିବ ଠିକା କମ୍ପାନୀ ଓ ପ୍ରଶାସନ
ଅପରାଧ ତାଜା ଖବର ରାଜ୍ୟ

ନିର୍ମାଣାଧୀନ ମହାନଦୀ ସେତୁରୁ ଖସିପଡି ଅନ୍ୟ ଜଣେ ଶ୍ରମିକଙ୍କ ମୃତ୍ୟୁ, କେତେ ମୁଣ୍ଡ ନେବା ପରେ ଚେତିବ ଠିକା କମ୍ପାନୀ ଓ ପ୍ରଶାସନ

ବୌଦ୍ଧ / ଏରନ୍ ନ୍ୟୁଜ / ୦୫ -୦୩ ନିର୍ମାଣାଧୀନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁରୁ ଖସିପଡି ଅନ୍ୟ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି l ଜଣେ ପରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହେଉଥିବା ବେଳେ ସମସ୍ତେ ନିରବ l କେତେ ଜଣ ଶ୍ରମିକଙ୍କ ମୁଣ୍ଡ ନେବା ପରେ ଠିକା କମ୍ପାନୀ ଓ ପ୍ରଶାସନ ର ଚେତା ପଶିବ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ନିର୍ମାଣାଧୀନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ଛାତରୁ ଗୁରୁବାର ରାତିରେ ଜଣେ ଶ୍ରମିକ ୫୦ ଫୁଟ ତଳକୁ ଖସିପଡିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ପଶ୍ଚିମବଙ୍ଗ ମାଲଦା ଅଞ୍ଚଳର ସମୀର ଘୋଷ ବୋଲି ଜଣାପଡିଛି । ନିର୍ମାଣାଧୀନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ କାର୍ଯ୍ୟରେ ସମୀର ଘୋଷ ଶ୍ରମିକଭାବେ କାର୍ଯ୍ୟ କରୁଥିଲେ। କାମ କରୁଥିବା ବେଳେ ବ୍ରିଜ ଛାତରୁ ୫୦ ଫୁଟ ତଳକୁ ଖସିପଡିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ସେଠାରୁ ଗୁରୁତର ଅବସ୍ଥାରେ ପ୍ରଥମେ ଧଳପୁର ଏବଂ ପରେ ବୌଦ୍ଧ ମେଡିକାଲ ଚିକିତ୍ସା ପାଇଁ ନିଆଯିବା ସମୟରେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। କାମ କରୁଥିବା ସମୟରେ ଶ୍ରମିକ ଜଣକ ମୁଣ୍ଡରେ ହେଲମେଟ କିମ୍ବା ବେଲ୍ଟ ଭଳି ସୁରକ୍ଷା ଉପକରଣ ପିନ୍ଧି ନ ଥିବାରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି । ଠିକାସଂସ୍ଥା ସେତୁ କାର୍ଯ୍ୟ ସମୟରେ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ନେଟ ମଧ୍ୟ ଲଗାଇ ନଥିବା ଜଣାପଡିଛି।

ଗତ ଜାନୁୟାରୀ ୧୬ତାରିଖରେ ବ୍ରିଜ ଉପରୁ ଖସିପଡି ମନୁ ଗୁଞ୍ଜୁ ନାମକ ଜଣେ ଶ୍ରମିକଙ୍କ ଜୀବନ ଯାଇଥିବା ବେଳେ ଏହାର ୨୧ଦିନ ପରେ ପୁଣି ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟଣା ଠିକାସଂସ୍ଥାର ବେପାରୁଆ ନିର୍ମାଣ କାର୍ଯ୍ୟ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଏଭଳି କାର୍ଯ୍ୟ ବାରମ୍ବାର ଘଟୁଥିଲେ ମଧ୍ୟ ଜିଲ୍ଲା ଶ୍ରମବିଭାଗ ଶ୍ରମିକ ସୁରକ୍ଷା ଉପରେ ଦୃଷ୍ଟି ଦେଉ ନ ଥିବାରୁ ଗୋଟିଏ ପରେ ଗୋଟିଏ ଶ୍ରମିକଙ୍କ ଜୀବନ ଅକାରଣେ ଚାଲିଯାଉଥିବା ଅଭିଯୋଗ ହେଉଛି। ଜିଲାରେ ମାଳମାଳ ଶ୍ରମିକ ସଂଗଠନ ରହିଛି ମାତ୍ର ନିର୍ମାଣାଧୀନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁରୁ ଖସିପଡି ଜଣେ ପରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହେଉଥିବା ବେଳେ ସମସ୍ତେ ନିରବ l ଜିଲାରେ ଏତେ ଶ୍ରମିକ ସଂଗଠନ ରହି ଲାଭ କଣ ବୋଲି ପ୍ରଶ୍ନ ଉଠୁ ଅଛି l  କେଉଁ କାରଣରୁ ଏଭଳି ଅଘଟଣ ଘଟିଲା ସେନେଇ ମଧ୍ୟ ଜିଲ୍ଲା ଶ୍ରମ ବିଭାଗ ହେଉ କିମ୍ବା ଜିଲ୍ଲା ପ୍ରଶାସନ ତଦନ୍ତ ନକରି ନିରବଦଷ୍ଟା ସାଜୁ ଥିବାରୁ ଠିକା କମ୍ପାନୀ ଓ ପ୍ରଶାସନ ମଧ୍ୟରେ ଚାଲିଥିବା ମଧୁ ଚନ୍ଦ୍ରିକା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

 

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୋୖଦ୍ଧ: ଠିଡିକାଯୋର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

SASWAT

ବୌଦ୍ଧ ଜିଲାରେ କରୋନା ଟିକାଦାନ ଆରମ୍ଭ, ପ୍ରଥମେ ନେଲେ ଜଣେ ସଫେଇ କର୍ମଚାରୀ

Aren News

ବିଜେଡି ସମ୍ପାଦକଙ୍କ ନାମ ଘୋଷଣା : ଯୁବନେତାଙ୍କୁ ଗୁରୁତ୍ୱ . ଜାଣନ୍ତୁ କାହାକୁ ଦିଆଗଲା କେଉଁ ଦାୟିତ୍ବ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |