ତାଜା ଖବର
  • Home
  • ଅପରାଧ
  • ବୁର୍ଲା ଭିମସାର, ନାବାଳିକାକୁ ଅସଦାଚରଣ କରି ଗିରଫ ହେଲେ ଯୁବକ
ଅପରାଧ ତାଜା ଖବର ରାଜ୍ୟ

ବୁର୍ଲା ଭିମସାର, ନାବାଳିକାକୁ ଅସଦାଚରଣ କରି ଗିରଫ ହେଲେ ଯୁବକ

ସମ୍ବଲପୁର/ ଏରନ୍ ନ୍ୟୁଜ / ୦୪-୦୩ ( ସନ୍ତୋଷିନୀ ନାୟକ ) ସମ୍ବଲପୁର ଜିଲା ବୁର୍ଲା ଭିମସାରରେ ଜଣେ ନାବାଳିକାକୁ ଅସଦାଚରଣ କରି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ଜଣେ ଯୁବକ । ଏହି ଘଟଣା ରେ ଜଣେ ୯ ବର୍ଷର ନାବାଳିକା ଶୋଷଣର ଶିକାର ହୋଇଛନ୍ତି । ଝାରସୁଗୁଡା ଜିଲ୍ଲା ଲଇକେରା ଅଞ୍ଚଳର ଜଣେ ମହିଳା ନିଜର ଦୁଇ ନାବାଳକ ପୁଅ ଓ ଝିଅକୁ ଧରି ତା ମା’ର ଚିକିତ୍ସା ପାଇଁ ବୁର୍ଲାକୁ ଆସିଥିଲେ।

ଭିମସାର ଅଂଚଳରେ ନାବାଳିକାକୁ ଏକଟୁଆ ପାଇ ଜଣେ ଯୁବକ ଅସଦାଚରଣ କରିଥିବା ନେଇ ନାବାଳିକା ଜଣକ ନିଜ ମା’କୁ ଜଣାଇଥିଲେ। ଘଟଣାଟି ଜଣାପଡିବା ପରେ ଲୋକେ ଯୁବକଙ୍କୁ କାବୁ କରି ବୁର୍ଲା ପୋଲିସକୁ ଦେଇଥିଲେ । ମା’ର ଅଭିଯୋଗକ୍ରମେ ପୋକସୋ ଆକ୍ଟରେ ମାମଲା ରୁଜୁ କରି ବୁର୍ଲା ପୋଲିସ ଘଟଣାର ତଦନ୍ତ କରୁଛି । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ହାତ ଧୋଇବା ଓ ମାସ୍କ ପିନ୍ଧିବା ନେଇ ସଚେତନତା

Aren News

୭୫ ବର୍ଷରେ ନବୀନ ପଟ୍ଟନାୟକ, ଅଭିନନ୍ଦନର ସୁଅ , ବୌଦ୍ଧରେ ବିଜେଡିର ସଚେତନତା କାର୍ଯ୍ୟକ୍ରମ

Aren News

କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ୩ ଜଣ ଓ ରାଜ୍ୟରେ ୪୩୪ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |