ତାଜା ଖବର
  • Home
  • ଅପରାଧ
  • ରାୟପୁର ରୁ ବିଶାଖାପାଟଣା ଚାଲାଣ ହେଉଥିବା ୮ କୋଟିର ଜାଲ୍‌ ନୋଟ୍‌ ଜବତ, ୩ ଜଣ ଗିରଫ
ଅପରାଧ ତାଜା ଖବର ରାଜ୍ୟ

ରାୟପୁର ରୁ ବିଶାଖାପାଟଣା ଚାଲାଣ ହେଉଥିବା ୮ କୋଟିର ଜାଲ୍‌ ନୋଟ୍‌ ଜବତ, ୩ ଜଣ ଗିରଫ

କୋରାପୁଟ / ଏରନ୍ ନ୍ୟୁଜ / ୦୩ -୦୩ ରାୟପୁର ରୁ ବିଶାଖାପାଟଣା ଚାଲାଣ ହେଉଥିବା ୭.୯୦ କୋଟିର ଜାଲ୍‌ ନୋଟ୍‌ କୁ ଜବତ କରିଛି କୋରାପୁଟ ପୁଲିସ, ଏହା ସହିତ ଏଥିରେ ସମ୍ପୃକ୍ତ ଛତିଶଗଡ଼ର ୩ ଜଣ ଙ୍କୁ ଗିରଫ କରିଛି l ପଟାଙ୍ଗି ଥାନା ଅନ୍ତର୍ଗତ ସୁଙ୍କି ଫାଣ୍ଡି ପୁଲିସ ପକ୍ଷରୁ ଗାଡ଼ି ଯାଞ୍ଚ କରୁଥିବା ସମୟରେ ଏକ ସିଜି-୦୪-‌ଏଲଏସ-୦୫୪୫ ନମ୍ବର ଫୋର୍ଡ ଫିଗୋ କାରକୁ ଅଟକାଇଥିଲେ । ଗାଡ଼ି ଯାଞ୍ଚ କରାଯିବା ସମୟରେ ଗାଡି ଭିତରେ ଥିବା ୪ ଟି ଟ୍ରଲି ବ୍ୟାଗ୍‌ ରୁ ୧୫୮୦ଟି ପାଞ୍ଚ ଶହ ଟଙ୍କିଆ ନୋଟ୍ ବିଡ଼ା ବାହାରିଥିଲା ।

ବ୍ୟାଙ୍କ ଅଧିକାରୀମାନେ ନୋଟ୍ ଗୁଡ଼ିକୁ ଯାଞ୍ଚ କରିବା ପରେ ସବୁ ନକଲି ବୋଲି ଜଣା ପଡିଥିଲା । ପୋଲିସ ବ୍ୟାଙ୍କରୁ ଟଙ୍କା ଗଣତି ମେସିନ୍ ଆଣି ରାତି ଅନିଦ୍ରା ହୋଇ ୩୦ ଜଣ କର୍ମଚାରୀ ନୋଟ୍ ଗଣିବା କାମ କରିଥିଲେ। ପୁଲିସ ଏହି ଚାଲାଣରେ ସଂପୃକ୍ତ ଜଣେ ଇଞ୍ଜିନିୟର, ଡ୍ରାଇଭରଙ୍କ ସମତେ ୩ ଜଣ ଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୫ଟି ମୋବାଇଲ୍ ଓ ୩୭ ହଜାର ଟଙ୍କା ଜବତ କରାଯାଇଛି। ଏମାନେ ସବୁ ଛତିଶଗଡ଼ ରାଜ୍ୟ ଚମ୍ପା ଜିଲ୍ଲାର ବୋଲି ଜଣାପଡ଼ିଛି । ଏହି ଜାଲ୍‌ ନୋଟ୍‌ ରାକେଟ୍‌ରେ କେଉଁମାନେ ସଂପୃକ୍ତ ତାହାର ତଦନ୍ତ କରାଯାଉଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ୍ ଏସ୍‌ପି ବରୁଣ ଗୁଣ୍ଠପାଲ୍ଲୀ ସୂଚନା ଦେଇଛନ୍ତି।  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

କଟକ ରେ ଭାରତ ବନ୍ଦ ର ପ୍ରଭାବ , କଂଗ୍ରେସ ଦଳର କର୍ମକର୍ତାମାନେ ଗିରଫ

Aren News

କରୋନା ରିପୋର୍ଟ – ବୌଦ୍ଧ ଜିଲ୍ଲାରେ ଆଜି ୩୫ ଜଣ ଓ ରାଜ୍ୟରେ ୧୬୩୩ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

କରୋନା କରୋନା ସଂକ୍ରମଣ ହେବାରୁ ଭିସୁଟ କ୍ୟାମ୍ପସ ୪ ଦିନ ସଟଡାଉନ ଘୋଷଣା

Aren News

ଏକ ମନ୍ତବ୍ୟ ଛାଡନ୍ତୁ |