• Home
  • ରାଜ୍ୟ
  • ଐତିହାସୀକ ପୀଠ ରାମନାଥ ମନ୍ଦିରରେ ରାମ ଚରିତ ମାନସ ପାରାୟଣ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ
ତାଜା ଖବର ଫଟୋ ଗ୍ୟାଲେରି ରାଜ୍ୟ ସାହିତ୍ୟ

ଐତିହାସୀକ ପୀଠ ରାମନାଥ ମନ୍ଦିରରେ ରାମ ଚରିତ ମାନସ ପାରାୟଣ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ବୌଦ୍ଧ / ଏରନ୍ ନ୍ୟୁଜ / ୨୭-୦୨ ଐତିହାସୀକ ପୀଠ ରାମନାଥ ମନ୍ଦିରରେ ରାମ ଚରିତ ମାନସ ପାରାୟଣ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି । ଦୀର୍ଘ ୧୪ବର୍ଷ ହେଲା ରାମ ଚରିତ ମାନସ ପାରାୟଣ କାର୍ଯ୍ୟକ୍ରମ ବୌଦ୍ଧ ସହରର ଐତିହାସିକ ପୀଠ ରାମନାଥ ମନ୍ଦିରରେ ଆୟୋଜିତ ହେଉଅଛି । ୧୪ବର୍ଷ ପୁର୍ତିର ସଂକଳ୍ପ ଅବସରରେ ବିଶ୍ୱଶାନ୍ତି ନିମନ୍ତେ ନବଦିନ ବ୍ୟାପି ପଣ୍ଡିତମାନଙ୍କ ଦ୍ୱାରା ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ପୁଜକ ଦତାତ୍ରେୟ ମିଶ୍ର, ଗାୟକ ସଚ୍ଚିଦାନନ୍ଦ ପଣ୍ଡା, କର୍ତା ସିଦ୍ଧେଶ୍ୱର ଯୋଶୀ, ସଭାପତି ସୂର୍ଯ୍ୟେନ୍ଦ୍ର କୁମାର ଶତପଥି ସଂପାଦକ ଇ.କେଦାରନାଥ ପାତ୍ରଙ୍କ ନେତୃତ୍ୱରେ ମହା ସମାରୋହରେ ପାଳନ କରାଯାଇଅଛି । ବୌଦ୍ଧ ଜିଲ୍ଲାର ବରିଷ୍ଠ ପଣ୍ଡିତ ରାମଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ପୁଜକ ରଞ୍ଜୀତ କୁମାର ହୋତା, ହରିହର ଶତପଥି, ଶଶାଙ୍କ ଶେଖର ମିଶ୍ର, ବିଭୁପ୍ରସାଦ ପଣ୍ଡା, ବ୍ରହ୍ମା ଶତପଥି, ରବି ନାରାୟଣ ହୋତା, ପୁର୍ଣ୍ଣଚନ୍ଦ୍ର ମିଶ୍ର, ବିଶ୍ୱକେଶନ ପାଣିଗ୍ରାହୀ ପ୍ରମୁଖ ବ୍ରାହ୍ମଣମାନଙ୍କ ଦ୍ୱାରା ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା ।

ଦୀର୍ଘ ୧୪ ବର୍ଷ ଧରି ସୀତା ବିବାହ ଉତ୍ସବରେ ଭଗବାନ ରାମ ଓ ସୀତାଙ୍କ ପିତାମାତାଭାବେ ଦାୟିତ୍ୱ ନିର୍ବାହ କରିଥିବା ଭକ୍ତମାନେ ମଧ୍ୟ ଉପସ୍ଥିତ ରହିଥିଲେ । ପ୍ରବଚକ ଭାବେ ନିରଞ୍ଜନ ଶାସିନୀ ଓ ଯୋଗଦାନ କରି ଶ୍ରୀରାମଙ୍କ ବାଲ୍ୟଲୀଳା ଠାରୁ ରାଜ୍ୟାଭିଷେକ ପର୍ଯ୍ୟନ୍ତ କଥା ଶୁଣାଇବା ସହିତ ମୁଲ୍ୟବୋଧ ଶିକ୍ଷା ଉପରେ ପ୍ରାଧାନ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରୀଜଗନ୍ନାଥ ଧାମ ପୁରୀ ରାମଜୀ ମଠର ମହନ୍ତ ବଂଶୀଧର ମହାରାଜ ଯୋଗଦାନ କରିଥିଲେ । ପୁର୍ଣ୍ଣାହୁତି ହେବାପରେ ଶତାଧିକ ମହିଳା ଏକ କଳସ ଶୋଭାଯାତ୍ରାରେ ନଗର ପରିକ୍ରମା କରି କଳସ ବିସର୍ଜନ କରିଥିଲେ । ପ୍ରତ୍ୟେକ ଦିବସରେ କମିଟି ପକ୍ଷରୁ ହଜାର ହଜାର ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ପ୍ରତାପ କୁମାର ସାହୁ, ରଞ୍ଜୀତ ରଂଜନ ପ୍ରସାଦ ହୋତା, ଧବଳେଶ୍ୱର ବଡମାଳୀ, ପୁରସ୍ତମ ପ୍ରଧାନ ପ୍ରମୁଖ ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ । ରାମନାଥ ମନ୍ଦିରର ସମସ୍ତ ପୁଜକ ଓ ରାମନାଥ ଯୁବକ ସଂଘର ସଦସ୍ୟମାନେ ସହଯୋଗ କରିଥିଲେ । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ ଜିଲ୍ଲା ରେ ପ୍ଳାଜମା ସଂଗ୍ରହ ନେଇ ପରିବହନ ମନ୍ତ୍ରୀଙ୍କ ସମୀକ୍ଷା

Aren News

“ଆକାଶବାଣୀ. ଖବର ପଢୁଛନ୍ତି ଉପେନ୍ଦ୍ର କୁମାର ପାହାଡସିଂ” ସବୁ ଦିନ ପାଇଁ ନିରବି ଗଲା ଏହି ସ୍ୱର

Aren News

ବିଜେଡି ଯୁବ ଛାତ୍ର ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ ସ୍ୱାଗତ କରାଗଲା

Aren News

ଏକ ମନ୍ତବ୍ୟ ଛାଡନ୍ତୁ |