ତାଜା ଖବର
  • Home
  • ଅନ୍ୟାନ୍ୟ
  • ଭାରତ ବ୍ୟବସାୟ ବନ୍ଦ ପ୍ରଭାବରେ ବୌଦ୍ଧ ଜିଲ୍ଲାର ସମସ୍ତ ଅଂଚଳରେ ବନ୍ଦ ପାଳିତ
ଅନ୍ୟାନ୍ୟ ତାଜା ଖବର ଫଟୋ ଗ୍ୟାଲେରି ରାଜନୀତି ରାଜ୍ୟ

ଭାରତ ବ୍ୟବସାୟ ବନ୍ଦ ପ୍ରଭାବରେ ବୌଦ୍ଧ ଜିଲ୍ଲାର ସମସ୍ତ ଅଂଚଳରେ ବନ୍ଦ ପାଳିତ

ବୌଦ୍ଧ / ଏରନ୍ ନ୍ୟୁଜ / ୨୬ -୦୨ ଜିଏସଟି ସରଳିକରଣ ଦାବି ନେଇ ଆଜି ଭାରତ ବ୍ୟବସାୟ ବନ୍ଦ ଧର୍ମଘଟ ଚାଲିଅଛି l ଏହାକୁ ସମର୍ଥନ କରି ବୌଦ୍ଧ ଜିଲାରେ ବି ଦୋକାନ ବଜାର ବନ୍ଦ ରହିଛି l ଜିଏସଟିର ଚାପ ପ୍ରୟୋଗ ଓ ବ୍ୟବସାୟୀ ଜୁଲମ ବିରୋଧରେ ଭାରତ ବ୍ୟବସାୟ ବନ୍ଦ ଡାକରା ଦେଇଛି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ । ବୌଦ୍ଧ ଜିଲ୍ଲା ବ୍ୟବସାୟୀ ସଂଘ ମଧ୍ୟ ବନ୍ଦ ରେ ସାମିଲ ହେବ ଫଳରେ ସମଗ୍ର ବୌଦ୍ଧ ଜିଲାରେ ଦୋକାନ ବଜାର ବନ୍ଦ ରହିଛି l ବନ୍ଦ ପାଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ ରହିଛି l ବାଉଁସୁଣୀ ଓ ମନମୁଣ୍ଡା ଠାରେ ଦୋକାନ ବଜାର ସହିତ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି l କଣ୍ଟାମାଲ, ପୁରୁଣାକଟକ, ଚାରିଛକ ଓ ବୌଦ୍ଧ ସହରରେ ସବୁ ବନ୍ଦ ରହିଛି l

୨୦୧୭ ମସିହା ଜୁଲାଇ ୧ ତାରିଖ ଦିନ କେନ୍ଦ୍ର ସରକାର ସାରା ଭାରତରେ ଏକ ଦେଶ ଏକ ଟିକସ ନାମରେ ଦ୍ରବ୍ୟ ଏବଂ ସେବାକର ଆଇନ ( ଜିଏସଟି ) କୁ ପ୍ରବର୍ତ୍ତନ କଲେ। କିନ୍ତୁ ଆଜିର ଦିନରେ ଦ୍ରବ୍ୟ ଏବଂ ସେବାକର ଆଇନ ( ଜିଏସଟି ) କୁ ସରକାର ନିଜର ତଥା ନିଜ କର୍ମଚାରୀ ଙ୍କ ସୁବିଧା ସକାଶେ ପ୍ରାୟ ୯୫୦ ଥରରୁ ଅଧିକା ଥର ପରିବର୍ତ୍ତନ କରି ଏହାର ମୂଳ ସ୍ୱରୂପ କୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଏହାକୁ ଏକ ବ୍ୟବସାୟୀ ତଥା ଜନସାଧାରଣ ବିରୋଧି ଆଇନ ରେ ପରିଣତ କରିଛନ୍ତି ବୋଲି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଅଭିଯୋଗ କରିଛି । ଏଣୁ ଯଥାଶୀଘ୍ର ଜିଏସଟିର ସରଳିକରଣ କରାଯିବାକୁ ଦାବି କରିଛି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ।  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବ୍ୟୋମକେଶ ରାୟ ବିଜୁ ଯୁବ ଜନତା ଦଳ ସଭାପତି ଓ ଦେବୀରଞ୍ଜନ ତ୍ରିପାଠୀ ହେଲେ ଛାତ୍ର ବିଜେଡ଼ି ସଭାପତି

Aren News

୧୩ ତାରିଖ ପର୍ଯ୍ୟନ୍ତ ସାତଦିନ ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ ବନ୍ଦ

Aren News

କରୋନା ରିପୋର୍ଟ – ବୌଦ୍ଧ ଜିଲ୍ଲାରେ ଆଜି ୧୨ ଜଣ ଓ ରାଜ୍ୟରେ ୨୦୧୯ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |