ବୌଦ୍ଧ / ଏରନ୍ ନ୍ୟୁଜ / ୦୪ -୦୨ ଗ୍ରାମରେ ୫୦୦ ଲୋକଙ୍କ ପାଇଁ ରହିଛି ମାତ୍ର ତିନୋଟି ନଳକୂପ, ସେଥି ମଧ୍ୟରୁ ଦୁଇଟି ନଳକୂପର ପାଣି ବ୍ୟବହାର ଉପଯୋଗୀ ନୁହେଁ । ତେଣୁ ଗ୍ରାମବାସୀମାନଙ୍କୁ ପାନୀୟଜଳ ପାଇଁ ପ୍ରାୟ ତିନି କିଲୋମିଟର ଯିବାକୁ ପଡୁଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ଗ୍ରାମକୁ କେବେ ପାଣି ପହଂଚିବ ତାକୁ ନେଇ ଚାତକ ଭଳି ଚାହିଁବସିଛନ୍ତି ଗ୍ରାମବାସୀମାନେ । ଏହା ହେଲା ବୌଦ୍ଧବ୍ଲକ ଶଗଡା ପଂଚାୟତର ଝାଙ୍କରପଡା ଗ୍ରାମବାସୀଙ୍କ ଦୁଃଖର କାହାଣୀ । ଏକ ବର୍ଷ ହେଲା ଜିଲା ପ୍ରଶାସନକୁ ବାରମ୍ବାର ଗୁହାରୀ କଲେ ମଧ୍ୟ ସମସ୍ୟାର ସମାଧାନ ନ ହେବାରୁ ଶେଷରେ ଅତିଷ୍ଠ ହୋଇ ଗ୍ରାମବାସୀମାନେ ରଘୁନାଥ ପଲିଆଙ୍କ ନେତୃତ୍ୱରେ ଶେଷଥର ପାଇଁ ଜିଲାପାଳଙ୍କୁ ନିଜର ଅଭିଯୋଗ ଦେଇଛନ୍ତି । ଏହା ସହିତ ଆସନ୍ତା ୭ଦିନ ମଧ୍ୟରେ ଗ୍ରାମବାସୀଙ୍କ ପାନୀୟଜଳ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାନଗଲେ ଜାତୀୟ ରାଜପଥ ଅବରୋଧ କରିବୁ ବୋଲି ଚେତାବନୀ ଦେଇଛନ୍ତି ।
( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id