ତାଜା ଖବର
  • Home
  • ଅନ୍ୟାନ୍ୟ
  • ପୁଣି ଫେରିଲା ଶୀତ ଲହରୀ, ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଆହୁରି ୫ ଦିନ ଜାରି ରହିବ ଶୀତ ଲହରୀ
ଅନ୍ୟାନ୍ୟ ଜୀବନଚର୍ଯ୍ୟା ତାଜା ଖବର ଫଟୋ ଗ୍ୟାଲେରି ରାଜ୍ୟ

ପୁଣି ଫେରିଲା ଶୀତ ଲହରୀ, ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଆହୁରି ୫ ଦିନ ଜାରି ରହିବ ଶୀତ ଲହରୀ

ଭୁବନେଶ୍ୱର / ଏରନ୍ ନ୍ୟୁଜ / ୦୧-୦୨ ରାଜ୍ୟରେ ପୁଣି ଶୀତର ଲହରୀ ଫେରିଛି । ଉତ୍ତରପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ କ୍ରମାଗତଭାବେ ପ୍ରବାହିତ ହେବାରୁ ଆଗାମୀ ୩ରୁ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଅଧିକ ଥଣ୍ଡା ଅନୁଭୂତ ହେବ । ଏଥିପାଇଁ ୭ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ଓ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଂଜ, ଦେବଗଡ଼, ବଲାଙ୍ଗିର ଓ କନ୍ଧମାଳ ଜିଲ୍ଲାପାଇଁ ସତର୍କ ସୂଚନା ଜାରି କରାଯାଇଛି । ଏହିସବୁ ଜିଲ୍ଲାଗୁଡ଼ିକର କେତେକ ଅଚଂଳରେ ପ୍ରବଳ ଶୀତ ଅନୁଭୂତ ହେବା ନେଇ ଭୁବନେଶ୍ୱରସ୍ଥିତ ଆଚଂଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଘୋଷଣା କରାଯାଇଛି । ସେହିଭଳି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବରଗଡ଼, ସମ୍ବଲପୁର, ଅନୁଗୁଳ, ଢ଼େଙ୍କାନାଳ, ସୋନପୁର, ବୌଦ୍ଧ ଏବଂ କଳାହାଣ୍ଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତକାଲି ରାଜ୍ୟର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ବଲାଙ୍ଗିରରେ ୭ ଦଶମିକ ୮, କେନ୍ଦୁଝରରେ ୮ ଦଶମିକ ୪ ଏବଂ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୮ ଦଶମିକ ୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହୋଇ ଅମିତାଭ ବଚ୍ଚନ ଘରକୁ ଫେରିଲେ

Aren News

ବୌଦ୍ଧ ଜିଲାରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଇଁ ସଚେତନତା କାର୍ଯ୍ୟକ୍ରମ

Aren News

ସମ୍ବଲପୁର : ସେକ୍ସ ରାକେଟର ପର୍ଦାଫାଶ, ରାଣୀମହୁମାଛି ସହ ୭ ଅଟକ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |