ସମ୍ବଲପୁର / ଏରନ୍ ନ୍ୟୁଜ / ୨୧-୦୧ ( ସନ୍ତୋଷିନୀ ନାୟକ ) ରାଜ୍ୟ ସରକାରଙ୍କ ଚାଷୀ ମାରଣନିତୀ ବିରୋଧରେ ସମ୍ବଲପୁର ଠାରେ ବିଜେପି ପକ୍ଷରୁ ବିଶାଳ ଚାଷୀ ସମାବେଶ କରାଯିବ ସହ ଆରଡିସି କାର୍ଯ୍ୟାଳୟ ଘେରାଓ କରାଯାଇଛି । ଆରଡିସି କାର୍ଯ୍ୟାଳୟ ଘେରାଓ ସମୟରେ ପୋଲିସ ସହିତ ଧସ୍ତାଧସ୍ତି ହେବାପରେ ବିଜେପି ର ବହୁ ତୁଙ୍ଗନେତାଙ୍କୁ ପୋଲିସ ଗିରଫ କରିଛି l
ବିଜେପି ଏହି ସମାବେଶ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଚାଷି ପ୍ରସଙ୍ଗରେ ଘେରିଥିବା ବେଳେ ରାଜ୍ୟର ଚାଷିଙ୍କ ସହ ବିଜେପି ରହିଛି ବୋଲି ବାର୍ତା ଦେଇଛି । ବିଜେପି ର ଚାଷି ସମାବେଶରେ ପଶ୍ଚିମ ଓଡିଶାର ୫ ସଂସଦିୟ କ୍ଷେତ୍ର ସହ ୩୭ ବିଧାନସଭା କ୍ଷେତ୍ରର ହଜାର ହଜାର ବିଜେପି କାର୍ଯ୍ୟକର୍ତାଙ୍କ ସହ ଚାଷିମାନେ ସାମିଲ ହୋଇଥିଲେ । ଏହି ସମାବେଶରେ ବିଜେପି ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମର ଯୋଗଦେଇ ରାଜ୍ୟ ସରକାରଙ୍କୁ ଚାଷି ପ୍ରସଙ୍ଗରେ ସିଧାସଳଖ ଟାର୍ଗେଟ କରିଥିଲେ । ତୋମର କହିଛନ୍ତି ଯେ ରାଜ୍ୟ ବିଜେଡି ସରକାରଙ୍କ ଚାଷି ବିରୋଧୀ । ବିଜେଡି ସରକାରକୁ ଦୁର୍ନୀତିଗ୍ରସ୍ତ ବୋଲି କହିବା ସହ କେନ୍ଦ୍ରର ଯୋଜନା ଗୁଡିକ ରାଜ୍ୟ ରେ ଲାଗୁ କରୁନଥିବା କହିଛନ୍ତି ତୋମର ।
ସମସ୍ତ ଧାନମଣ୍ଡିରେ ଭିତିଭୂମିର ବ୍ୟବସ୍ଥା ନଥିବା , ଟୋକନ ବ୍ୟବସ୍ଥା ଉଚ୍ଛେଦ କରାଯିବା , ଚଳିତ ଖରିଫ ଋତୁରେ ନିରସ୍ତ ହୋଇଯାଇଥିବା ସମସ୍ତ ଟୋକନକୁ ପୁନଃ କାର୍ଯ୍ୟକ୍ଷମ କରାଯିବା, ମଣ୍ଡିରେ ପଡିଥିବା ଧାନକୁ ଉଠାଇବା ସହ କଟନୀ ଛଟନୀ ବନ୍ଦ କରିବା, କୃଷକ ସମ୍ମାନ ନିଧି ପାଇବା ପାଇଁ କେନ୍ଦ୍ରକୁ ସମସ୍ତ ଚାଷୀଙ୍କ ତାଲିକା ପଠାଇବା ପାଇଁ ସମାବେଶ ରେ ଦାବି କରିଛନ୍ତି ବିଜେପି ର ନେତୃବୃନ୍ଦ । ବିଜେପିର ସମାବେଶ ପରିପେକ୍ଷିରେ ଅଇଁଠାପାଲି ପଡିଆ ଠାରେ ଏକ ସାଧାରଣ ସଭା କରାଯିବା ପରେ ଏକ ବିକ୍ଷୋଭ ଶୋଭାଯାତ୍ରା ରେ ଆରଡିସି ଅଫିସ ଅଭିମୁଖେ ବାହାରି କାର୍ଯ୍ୟାଳୟ ଘେରାଓ କରିଥିଲେ ।
ଏହି ସମାବେଶରେ ବରିଷ୍ଠ ନେତା କେ.ଭି ସିଂହଦେଓ, ବରଗଡ ସାଂସଦ ସୁରେଶ ପୂଜାରୀ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂଦେଓ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଓ ଅନ୍ୟମାନେ ସାମିଲ ହୋଇଥିଲେ l
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id