ତାଜା ଖବର
  • Home
  • ଅନ୍ୟାନ୍ୟ
  • ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବୌଦ୍ଧଜିଲ୍ଲା ଗସ୍ତ, ଯୁବ ଉଦ୍ୟୋଗୀ ଓ ହସ୍ତତନ୍ତର ବିକାଶ ଉପରେ ଗୁରୁତ୍ୱ
ଅନ୍ୟାନ୍ୟ ତାଜା ଖବର ରାଜନୀତି ରାଜ୍ୟ

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବୌଦ୍ଧଜିଲ୍ଲା ଗସ୍ତ, ଯୁବ ଉଦ୍ୟୋଗୀ ଓ ହସ୍ତତନ୍ତର ବିକାଶ ଉପରେ ଗୁରୁତ୍ୱ

ବୈାଦ୍ଧ / ଏରନ୍ ନ୍ୟୁଜ / ୨୧-୦୧ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ ତ୍ରିପାଠୀ ଆଜି ବୌଦ୍ଧ ଜିଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହିତ ଜିଲାର ଅର୍ଥନିତିର ଉନ୍ନତିକରଣ ପାଇଁ ଏକ ଦିର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି । ବୌଦ୍ଧ ଜିଲାର ଉତ୍ପାଦିତ ଶାଢ଼ୀ ଓ ଅନ୍ୟାନ୍ୟ ବସ୍ତ୍ର ଉନ୍ନତମାନର ହେବା ସହିତ ଏହାର ଚାହିଦା ବାହାରେ ରହିଥିବାରୁ ହସ୍ତତନ୍ତର ବିକାଶ ଦିଗରେ ବିଶେଷ ଦୃଷ୍ଟି ଦେବା, ଜିଲାର ଯୁବ ବର୍ଗଙ୍କୁ ଯୁବଉଦ୍ୟୋଗୀ ହେବାପାଇଁ ପ୍ରୋତ୍ସାହିତ କରିବା ନେଇ ଗୁରୁତ୍ୱ ପ୍ରଦାନ କରିଥିଲେ । ପଶ୍ଚିମ ଓଡିଶାରେ କୃଷି, ଉଦ୍ୟାନ, ମତ୍ସ୍ୟ, ଦୁଗ୍ଧ, ଅଣ୍ଡା ଓ କୁକୁଡା ଉତ୍ପାଦନ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଥିବା ପ୍ରକାଶ କରିଥିଲେ । ସମ୍ବଲପୁର, ବରଗଡ, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ହସ୍ତତନ୍ତର ବିକାଶ କରାଗଲେ ବୁଣାକାର ପରିବାରଙ୍କ ଉନ୍ନତି ଘଟିବା ସହିତ ରାଜ୍ୟର ଅର୍ଥନୈତିକ ବିକାଶ ଦିଗରେ ସହାୟକ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ବୌଦ୍ଧ ଜିଲାରେ ଏମ୍‌.ଏସ୍‌.ଏମ୍‌.ଇ. କ୍ଷେତ୍ରରେ ସୁଯୋଗ ଭରପୁର ରହିଥିବା ବେଳେ ଏହାର ପ୍ରକୃତ ହିତାଧିକାରୀ ଚୟନ କରି ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଏହି ବୈଠକରେ ସୁବର୍ଣ୍ଣପୁର ଜିଲ୍ଲାପାଳ ମନିଷା ବାନାର୍ଜୀ , ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଜିଲାସ୍ତରୀୟ ଅଧିକାରୀମାନେ ଯୋଗଦାନ କରିଥିଲେ । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )


subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ଗୁରୁ ଶିଷ୍ୟ ପରଂପରା : ଗୁରୁ ପୁର୍ଣ୍ଣିମା ଉତ୍ସବ ପାଳିତ

Aren News

ନବରଙ୍ଗପୁର: ଲକଡାଉନ ଆଇନକୁ ଅମାନ୍ୟ, ୬ ଦୋକାନ ସିଲ

SASWAT

ମହଙ୍ଗା ହେବ ଫଳ ଓ ପନିପରିବା, ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀର ବଢିବ ଦରଦାମ

Simun Naik

ଏକ ମନ୍ତବ୍ୟ ଛାଡନ୍ତୁ |