ତାଜା ଖବର
  • Home
  • ଅନ୍ୟାନ୍ୟ
  • ଯାତ୍ରୀବାହି ଅଟୋକୁ ଧକ୍କା ଦେଲା ହାଇୱା, ପୁଅ ଝିଅ ସହିତ ମା ର ଘଟଣା ସ୍ଥଳରେ ମୃତ୍ୟୁ
ଅନ୍ୟାନ୍ୟ ଅପରାଧ ତାଜା ଖବର ରାଜ୍ୟ

ଯାତ୍ରୀବାହି ଅଟୋକୁ ଧକ୍କା ଦେଲା ହାଇୱା, ପୁଅ ଝିଅ ସହିତ ମା ର ଘଟଣା ସ୍ଥଳରେ ମୃତ୍ୟୁ

ବୌଦ୍ଧ / ଏରନ୍ ନ୍ୟୁଜ / ୨୧-୦୧ ମନମୁଣ୍ଡା କଣ୍ଟାମାଲ ରାସ୍ତାର ଗୋପାଳ ମାଲ୍ ନିକଟରେ ଗୋଟିଏ ଯାତ୍ରୀବାହି ଅଟୋକୁ ହାଇୱା ଧକ୍କା ଦେବା ଫଳରେ ଅଟୋ ରେ ବସିଥିବା 3 ଜଣ ଯାତ୍ରୀ ମୃତ୍ୟୁ ବରଣ କରିଥିବା ବେଳେ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମୃତ ତିନି ଜଣ ହେଲେ ମା ସମେତ ପୁଅ ଝିଅ । ମିଳିଥିବା ସୂଚନା ଅନୁଯାୟୀ ଫଗୁନା ମାଲ୍ ଗ୍ରାମର ଅଟୋ (ଓଡ଼ି 31 ଏଫ 7726 ) ଚାଳକ ନିଜ ସମ୍ପର୍କୀୟ ଲୋକଙ୍କୁ ଧରି ମନମୁଣ୍ଡା ଦିଗକୁ ଆସୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଗୋଟିଏ ହାଇୱା ମୁହାଁମୁହିଁ ଧକ୍କା ଦେଇଥିଲା l ଫଳରେ 3 ଜଣ ଅଟୋ ଯାତ୍ରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା | ସେମାନେ ହେଲେ ଝିଅ ସରୋଜିନୀ ନାଗ ପୁଅ ବାବୁଲା ନାଗ ଓ ମାଆ ସୁରୁସୁତା ନାଗ । ଚାଲାକ ଓ ଅନ୍ୟ ଦୁଇ ଜଣ ଗୁରୁତର ଆହତ ଅବସ୍ଥାରେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି | ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି l ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ନବରଙ୍ଗପୁର : ଗୋଟିଏ ଦିନରେ ଚିହ୍ନଟ ହେଲେ ସର୍ବାଧିକ ୧୯ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୩୪ କୁ ବୃଦ୍ଧି

SASWAT

୩ଟି କୃଷି ଆଇନକୁ ବିରୋଧ ତଥା ପ୍ରତ୍ୟାହାର ଦାବୀ ନେଇ କଂଗ୍ରେସ ଦଳ ତରଫରୁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି

SASWAT

ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଦାସଙ୍କ ଆତ୍ମହତ୍ୟା ଉଦ୍ୟମ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |