ତାଜା ଖବର
  • Home
  • ଅନ୍ୟାନ୍ୟ
  • ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳାଙ୍କୁ ଛତୁ ଚାଷ ତାଲିମ
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳାଙ୍କୁ ଛତୁ ଚାଷ ତାଲିମ

ବୌଦ୍ଧ / ଏରନ୍ ନ୍ୟୁଜ / ୧୯ -୦୧ ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳାଙ୍କୁ ଛତୁ ଚାଷ ତାଲିମ ପ୍ରଦାନ କରାଯାଇଛି । ରାଷ୍ଟ୍ରୀୟ ଉଦ୍ୟାନ କୃଷି ଗବେଷଣା ଏବଂ ଉନ୍ନୟନ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଏହି ଛତୁ ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଯୋଗେନ୍ଦ୍ର ନାଥ ମହାପାତ୍ର, ସମ୍ମାନିତ ଅତିଥି ଭାବରେ ରାଷ୍ଟ୍ରୀୟ ଉଦ୍ୟାନ କୃଷି ଗବେଷଣା କେନ୍ଦ୍ରର ଉପ ନିର୍ଦ୍ଦେଶକ ଡକ୍ଟର ରଜନୀଶ ମିଶ୍ର ଯୋଗ ଦେଇଥିଲେ । ଦିପ୍ତୀରାଣୀ ସାହୁ, ରଂଜିତ ଦାସ, ଅଭିଳାଷ ମହାକୁଡ ପ୍ରମୁଖ ଛତୁଚାଷ ନେଇ ତାଲିମ ପ୍ରଦାନ କରିଥିଲେ । ଏଥିରେ ୨୦ ଜଣ ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଟପିଲା, ନୂଆ ୧୪୬ ପଜିଟିଭ୍ ଚିହ୍ନଟ

Aren News

ବୁଦ୍ଧରୁ ବୌଦ୍ଧ: ପାଳିତ ହେଲା ବୁଦ୍ଧ ପୁର୍ଣ୍ଣିମା

Aren News

ଭାରତ ବନ୍ଦକୁ ବୌଦ୍ଧରେ ସମର୍ଥନ, କଂଗ୍ରେସ ଦଳର କର୍ମକର୍ତାମାନେ ରାଜରାସ୍ତାକୁ ଓହ୍ଳାଇଲେ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |