ବୌଦ୍ଧ / ଏରନ୍ ନ୍ୟୁଜ / ୧୯ -୦୧ ସ୍ୱାଧିନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ସୁଭାଷଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ରୂପେ ପାଳନ କରାଯିବା ନିମନ୍ତେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । କଟକ ଓଡ଼ିଆ ବଜାରରେ ଜନ୍ମଗ୍ରହଣ କରିଥିବା ନେତାଜୀଙ୍କ ଜନ୍ମଦିନ ୨୩ ଜାନୁୟାରୀକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଜାତୀୟ ସ୍ତରରେ ‘ପରାକ୍ରମ ଦିବସ’ ରୂପେ ପାଳନ କରିବାକୁ ନିଷ୍ପତି ନେଇ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ଘୋଷଣା ହେବା ପରେ ବୌଦ୍ଧ ଜିଲାର ସବୁ ମହଲରେ ସ୍ୱାଗତ କରାଯାଇ ନେତାଜୀଙ୍କ ବଳିଦାନର ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ବୁଦ୍ଧିଜିବୀମାନେ ମତପ୍ରକାଶ କରିଛନ୍ତି । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id