ବୌଦ୍ଧ / ଏରନ୍ ନ୍ୟୁଜ / ୧୯-୦୧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ନଂ୧ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ହୋଇଥିବା ଘୋଷଣାକୁ ବୌଦ୍ଧ ଜିଲ୍ଳା ଯୁବ ଛାତ୍ର ବିଜେଡି ପକ୍ଷରୁ ସ୍ୱାଗତ କରାଯିବା ସହ ମିଷ୍ଟାନ୍ନ ବଂଟନ କରାଯାଇଛି । ନିକଟରେ ଏକ ଗଣମାଧ୍ୟମ ଦ୍ୱାରା କରାଯାଇଥିବା ସର୍ବେକ୍ଷଣରେ ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ଘୋଷଣା ହେବାପରେ ରାଜ୍ୟର ଅଗଣିତ ନାଗରିକ ଓ ବୁଦ୍ଧିଜିବୀ ମହଲରେ ଏହାକୁ ସ୍ୱାଗତ କରାଯାଇଛି । ବୌଦ୍ଧ ଜିଲ୍ଳା ଯୁବ ଛାତ୍ର ବିଜେଡି ପକ୍ଷରୁ ମଧ୍ୟ ଏହାକୁ ସ୍ୱାଗତ ଜଣାଇ ବୌଦ୍ଧ ଏନଏସି ଛକଠାରେ ଜନସାଧାରଣଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇଥିଲା । ଏହି ସ୍ୱାଗତ ସମାବେଶରେ ବିଧାୟକ ପ୍ରଦୀପ କୁମାର ଅମାତ, ଛାତ୍ର ବିଜେଡି ସଭାପତି ସଂଗ୍ରାମ କେଶରୀ ଦାସ , ଜିଲ୍ଲା ଯୁବ ବିଜେଡି ସଭାପତି ମୃତ୍ୟୁଂଜୟ ମିଶ୍ର, ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର. ନଗର ଯୁବ ବିିଜେଡି ସଭାପତି କୈଳାଶ ବେହେରା, ଅଶୋକ ସାହୁ, ସୁବାସ ସାହୁ ପ୍ରମୁଖ ବିଜେଡିର କର୍ମକର୍ତା ଓ କର୍ମୀମାନେ ସାମିଲ ହୋଇଥିଲେ । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id