ତାଜା ଖବର
  • Home
  • ଅନ୍ୟାନ୍ୟ
  • ୨୦୦୫ ବ୍ୟାଚ ଶିକ୍ଷକ ସମାବେଶରେ ସରକାରୀ ସେବା ପ୍ରତ୍ସାହନ ରାଶି ପ୍ରଦାନ ପାଇଁ ଦାବି
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

୨୦୦୫ ବ୍ୟାଚ ଶିକ୍ଷକ ସମାବେଶରେ ସରକାରୀ ସେବା ପ୍ରତ୍ସାହନ ରାଶି ପ୍ରଦାନ ପାଇଁ ଦାବି

ବୌଦ୍ଧ / ଏରନ୍ ନ୍ୟୁଜ / ୧୮-୦୧ ବୌଦ୍ଧ ଜିଲ୍ଲା ୨୦୦୫ ବ୍ୟାଚ ଶିକ୍ଷକମାନଙ୍କୁ ଏମଏସିପି ସରକାରୀ ସେବା ପ୍ରତ୍ସାହନ ରାଶି ପ୍ରଦାନ କରାଯିବ ସହ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ସମାଧାନ କରାଯିବାକୁ କ୍ରିୟାନ୍ବୟନ ସମିତି ପକ୍ଷରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରଯାଇଛି l ଚାରିଛକ ଠାରେ ଶ୍ରୀ ବାମଦେବ ଦାଶଙ୍କ ସଭାପତିତ୍ୱ ରେ ୨୦୦୫ ବ୍ୟାଚ ଶିକ୍ଷକମାନକ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପ୍ରତ୍ସାହନ ରାଶି ପ୍ରଦାନ ଓ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ସମ୍ବଦ୍ଧରେ ଆଲୋଚନା ହୋଇଥିଲା। ଏଥିପାଇଁ ସର୍ବ ସମ୍ମତି କ୍ରମେ ଶିକ୍ଷକ ପ୍ରସନ୍ନଭୋକ୍ତା ଙ୍କ ନେତୃତ୍ୱରେ ସୁଧାଂଶୁ ବେହେରା, କୈଳାଶଚନ୍ଦ୍ର ବେହେରା , ବାମଦେବ ଦାଶ ,ଦେବବ୍ରତ ପ୍ରଧାନ, ବିଭିଶଣ ସାମଲ ଓ ନିଳାଅଂଚଳ ମିଶ୍ର ଙ୍କୁ ନେଇ ଏକ ସାତଜଣିଆ କ୍ରିୟାନ୍ବୟନ ସମିତି ଗଠନ କରାଯାଇଥିଲା। ଉକ୍ତ ସମାବେଶରେ ହରଭଙ୍ଗା ବ୍ଲକ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ। ଶେଷରେ ଶିକ୍ଷକ ଶ୍ରୀ ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ଦୁଃଖୀଶ୍ୟାମ ଦେହୁରୀ , ଶ୍ରୀବନ୍ତ ନାୟକ ,ପ୍ରେମାନନ୍ଦ ସାହୁ, ସତ୍ୟଭାମା ସାହୁ , ଅନୁସ୍ଵୟା ନାୟକ, ସୁରେଖା ବେହେରା, ମନମୟୀ ସେଠୀ, ତ୍ରିଲୋକ୍ୟ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ। ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ଘରେ କେତେ ସୁନା ଗହଣା ରଖିଲେ ରହିବନି ଇନକମ ଟାକ୍ସ ଭୟ

Simun Naik

ବିଧାୟକ ଓ ପୋଲିସଙ୍କ ମଧ୍ୟରେ ଠେଲାପେଲା ଧସ୍ତାଧସ୍ତି , ଟାଉନ ଥାନାରେ ମାମଲା ରୁଜୁ

Aren News

ଅଦିନିଆ ବର୍ଷାରେ ଭିଜିବ ବୌଦ୍ଧ ଜିଲା ସମତେ ସମଗ୍ର ରାଜ୍ୟ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |