ତାଜା ଖବର
  • Home
  • ଅନ୍ୟାନ୍ୟ
  • ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତିଙ୍କ ଗାଡି ଆକ୍ରମଣ ଘଟଣାର ପ୍ରତିବାଦ
ଅନ୍ୟାନ୍ୟ ତାଜା ଖବର ରାଜନୀତି ରାଜ୍ୟ

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତିଙ୍କ ଗାଡି ଆକ୍ରମଣ ଘଟଣାର ପ୍ରତିବାଦ

ବୌଦ୍ଧ / ଏରନ୍ ନ୍ୟୁଜ / ୧୮-୦୧ କେନ୍ଦୁଝର ନିକଟସ୍ଥ କାଶିପୁର ଠାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକଙ୍କ ଗାଡିକୁ ଆକ୍ରମଣ କରାଯିବା ସହିତ କେତେକ ଦୁର୍ବୁତ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ମାଡ ମାରିବା ଓ ହତ୍ୟା ଧମକ ଦେଇଥିଲେ । ଏହି ଘଟଣାରେ ଦୁବୁର୍ତ୍ତ ମାନଙ୍କୁ ଏଯାବତ ଗିରଫ ନ କରିବା ପ୍ରତିବାଦରେ ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ କର୍ମୀ ଓ ନେତାମାନେ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହିତ ଏକ ଦାବିପତ୍ର ଡିଜିପିଙ୍କ ଉଦ୍ଦେଶ୍ୟରେ ଏସପିଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ସୁଧିର କର୍ଣ୍ଣ, ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ, ଛାତ୍ର କଂଗ୍ରେସ ବିକ୍ରମ ପ୍ରଧାନ, ଶିବ ବେହେରା, ବିଶ୍ୱଜିତ ମିଶ୍ର, ଅର୍ଜୁନ ମହାନନ୍ଦିଆ ଓ ଅନ୍ୟ ଦଳିୟ ନେତା ଓ କର୍ମୀମାନେ ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )


subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ ୩ ଟି ୱାର୍ଡକୁ କନ୍‌ଟେନମେଂଟ ଯୋନ ଘୋଷଣା, ଶନିବାର ଓ ରବିବାର ସଟ୍‌ଡାଉନ

Aren News

ବୌଦ୍ଧରେ ୫ ଜଣ ଓ ରାଜ୍ୟରେ ୧୯୭୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ସଂଖ୍ୟା ୫୪୬୩୦ କୁ ବୃଦ୍ଧି

Aren News

୧୩ ତାରିଖ ପର୍ଯ୍ୟନ୍ତ ସାତଦିନ ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ ବନ୍ଦ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |