ତାଜା ଖବର
  • Home
  • ଅନ୍ୟାନ୍ୟ
  • ପରଲୋକରେ ଚାହାଗୁରୁ ପଦ୍ମଶ୍ରୀ ଡି ପ୍ରକାଶ ରାଓ, ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷକୃତ୍ୟ
ଅନ୍ୟାନ୍ୟ ଜୀବନଚର୍ଯ୍ୟା ତାଜା ଖବର ରାଜନୀତି ରାଜ୍ୟ

ପରଲୋକରେ ଚାହାଗୁରୁ ପଦ୍ମଶ୍ରୀ ଡି ପ୍ରକାଶ ରାଓ, ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷକୃତ୍ୟ

କଟକ / ଏରନ୍ ନ୍ୟୁଜ / ୧୩ -୦୧ ପରଲୋକରେ ଚାହାଗୁରୁ ପଦ୍ମଶ୍ରୀ ଡି ପ୍ରକାଶ ରାଓ । ଆଜି ଅପରାହ୍ନରେ ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବିରେ ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ଡି ପ୍ରକାଶ ରାଓ। ଗତ ୨୫ ତାରିଖରେ ଏସ୍‌ସିବିରେ ଅସୁସ୍ଥତା କାରଣରୁ ପୁଣି ଥରେ ଭର୍ତ୍ତି ହୋଇଥିଲେ। ୨୦୧୯ ରେ ତାଙ୍କୁ ସମାଜ ସେବା ପାଇଁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ଓଡ଼ିଶା ଆଜି ତାଙ୍କ ବିୟୋଗରେ ଏକ ମହାନ ସମାଜସେବୀଙ୍କୁ ହରାଇଛି। କଟକ ବକ୍ସିବଜାରରେ ଚା’ ଦୋକାନ କରିବା ସହ ବସ୍ତିବାସିନ୍ଦାଙ୍କ ପିଲାଙ୍କୁ ପାଠ ପଢ଼ାଉଥିଲେ ପ୍ରକାଶ ରାଓ। ଏହାପରେ ନିଜ ଉଦ୍ୟମରେ ସ୍କୁଲଟିଏ କରିବା ସହ ନିଜ ରୋଜଗାର ଟଙ୍କା ଖର୍ଚ୍ଚ କରି ପିଲାଙ୍କ ଯତ୍ନ ଓ ପଢ଼ା ଖର୍ଚ୍ଚ ବହନ କରୁଥିଲେ। ପଦ୍ମଶ୍ରୀ ସମ୍ମାନ ପାଇଥିବା ପ୍ରକାଶ ୨୦୦ ଥର ରକ୍ତଦାନ ମଧ୍ୟ କରିଥିଲେ ।


ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ପ୍ରକାଶଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଓ ବିଭିନ୍ନ ଦଳର ରାଜନେତା ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ପଦ୍ମଶ୍ରୀ ସ୍ୱର୍ଗତଃ ଡି. ପ୍ରକାଶ ରାଓଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ।


ପଦ୍ମଶ୍ରୀ ସ୍ୱର୍ଗତଃ ଡି. ପ୍ରକାଶ ରାଓଙ୍କ ପରଲୋକରେ ଏରନ୍ ନ୍ୟୁଜ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି l ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ଖସୁଛି କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ଆଜି ୫ ଜଣ ଓ ରାଜ୍ୟରେ ୧୨୧୯ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ବୌଦ୍ଧରେ ୧୧ ଜଣ ଓ ରାଜ୍ୟରେ ୨୭୫୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ , ଆକ୍ରାନ୍ତଙ୍କ ସଂଖ୍ୟା ୮୪୨୩୧ କୁ ବୃଦ୍ଧି

Aren News

ଆପଣଙ୍କ ଦାନ୍ତ ସମସ୍ୟା ଅଛି କି ? ତେବେ ନିଶ୍ଚିତ ଆପଣାନ୍ତୁ ଏହି ଉପାୟ ।

Simun Naik

ଏକ ମନ୍ତବ୍ୟ ଛାଡନ୍ତୁ |