ବୌଦ୍ଧ / ଏରନ୍ ନ୍ୟୁଜ / ୧୨-୦୧ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ ଓ ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ମିଳିତ ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜୟନ୍ତୀ ଅବସରରେ ଜାତୀୟ ଯୁବ ଦିବସ ଓ ରକ୍ତଦାନ ଶିବିର ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଛି । ଆୟୋଜିତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥି ଭାବେ ଉପ ଜିଲାପାଳ ଅଶ୍ୱିନୀ କୁମାର ମେହେର ଓ ମୁଖ୍ୟବକ୍ତା ଭାବେ ଡ ଦିଲ୍ଲୀପ କୁମାର ଖୁଣ୍ଟିଆ ଯୋଗ ଦେଇଥିଲେ । ଏହି ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପୁର୍ବତନ ଛାତ୍ରଛାତ୍ରୀ ସମେତ ରକ୍ତଦାତାମାନେ ରକ୍ତଦାନ କରିଥିଲେ । ରକ୍ତଭଣ୍ଡାରର ଅଧରକାରୀ ଓ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ । ଶିବିରରେ ୩୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କୋରନା ମହାମାରୀ ସମୟରେ କୋଭିଡ ଯୋଦ୍ଧାଭାବେ କାର୍ଯ୍ୟ କରିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ ଓ ଜିବନଜ୍ୟୋତି କ୍ଲବ କୁ ମାନପତ୍ର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ସ୍ୱେଚ୍ଛାସେବୀ ଭାବେ ଅଂଶୁମାନ ହୋତା, ସାର୍ଥକ ମହାପାତ୍ର, ସମ୍ୟକ ନାଏକ, ସୀତାଂଶୁ ଶତପଥି. ସୁଶିଲ ବାରିକ, ବଟକୃଷ୍ଣ ଅଗ୍ରଓ୍ୟାଲା, ରାଧେଶ୍ୟାମ ସିଂଘଲଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ରେଡକ୍ରସ ଅଧିକାରୀ ପ୍ରବିର କୁମାର ଦାସ ପରିଚାଳନା କରିଥିଲେ । ଗାୟତ୍ରୀ ପରିବାର ପକ୍ଷରୁ ବିଚିତ୍ରାନନ୍ଦ ସାହୁ ସହଯୋଗ କରିଥିଲେ । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id