ବୌଦ୍ଧ / ଏରନ୍ ନ୍ୟୁଜ / ୧୨-୦୧ ବୌଦ୍ଧ ଜିଲାକୁ ଖରିଫ ଧାନ କ୍ରୟ ପାଇଁ ୧୦ଲକ୍ଷ ମେଟ୍ରିକ ଟନ ଟାର୍ଗେଟ ଦିଆଯାଇଥିବାବେଳେ ଏପର୍ଯ୍ୟନ୍ତ ୬ ଲକ୍ଷ ମେଟ୍ରିକ ଟନ ଧାନ କ୍ରୟ ହୋଇସାରିଛି । ଜିଲାରେ ଖରିଫ ଧାନ କ୍ରୟ ବ୍ୟବସ୍ଥା ସନ୍ତାଷଜନକ ଥିବା ସଂଜୟ କୁମାର ଦାଶ ବର୍ମା କହିଛନ୍ତି । ଏହା ସହିତ ଆବଶ୍ୟକ ହେଲେ ଜିଲାକୁ ଆହୁରି ଟାର୍ଗେଟ ଯୋଗାଇଦିଆଯିବ, ଜିଲାରେ ଖରିଫ ଧାନ କ୍ରୟରେ କୌଣସି ଅସୁବିଧା ନାହିଁ, ଯଦି ଚାଷୀମାନେ କୌଣସି ସମସ୍ୟା ର ସମ୍ମୁଖିନ ହେଉଥାଆନ୍ତି ତେବେ ଜିଲାପାଳଙ୍କୁ ଏବଂ ଆବଶ୍ୟକ ହେଲେ ତାଙ୍କୁ ଜଣାଇବାକୁ କହିଛନ୍ତି । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାଶ ବର୍ମା ମଙ୍ଗଳବାର ଦିନ ଦିନିକିଆ ବୌଦ୍ଧଜିଲ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅପରାହ୍ନରେ ବୌଦ୍ଧ ସର୍କିଟହାଉସଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଜିଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସୂଚନା ଦେଇଥିଲେ । ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନା , ଖାଦ୍ୟ ସୁରକ୍ଷା ଯୋଜନା , ପାନୀୟଜଳ ଯୋଗାଣ , ବସୁଧା ଯୋଜନା ସହିତ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ନେଇ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id