ତାଜା ଖବର
  • Home
  • Other
  • ହଟିଲା କଟକଣା , ଆସନ୍ତା ୨୧ ରୁ ପୁରୀ ଜଗନ୍ନାଥ ଦର୍ଶନ ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟ ଦରକାର ନାହିଁ
Other ଜୀବନଚର୍ଯ୍ୟା ତାଜା ଖବର ରାଜ୍ୟ ସାହିତ୍ୟ ଓ ସଂସ୍କୃତି

ହଟିଲା କଟକଣା , ଆସନ୍ତା ୨୧ ରୁ ପୁରୀ ଜଗନ୍ନାଥ ଦର୍ଶନ ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟ ଦରକାର ନାହିଁ

ପୁରୀ / ଏରନ୍ ନ୍ୟୁଜ / ୧୦ -୦୧ ଆସନ୍ତା ୨୧ ରୁ ପୁରୀ ଜଗନ୍ନାଥ ଦର୍ଶନ ପାଇଁ କଟକଣା କୁ କୋହଳ କରାଯିବ ନେଇ ଘୋଷଣା କରାଯାଇଛି l ଜଗନ୍ନାଥ ଦର୍ଶନ ପାଇଁ ଆଉ କୋଭିଡ ନେଗେଟିଭ୍ ରିପୋର୍ଟ ଦରକାର ପଡିବ ନାହିଁ l ସାଧାରଣ ଭକ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ବୋଲି ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ସୂଚନା ଦେଇଛନ୍ତି । ଭକ୍ତମାନେ କୋଭିଡ କଟକଣା ମାନି ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ଏବଂ ସାନିଟାଇଜର୍ ବ୍ୟବହାର କରିବାକୁ ବାଧ୍ୟ । ପୁରୀ ଜଗନ୍ନାଥ ଦର୍ଶନ ବ୍ୟବସ୍ଥା ନେଇ ମୁଖ୍ୟ ପ୍ରଶାସକ ଆଜି ସମୀକ୍ଷା କରିଥିଲେ l ମାତ୍ର ୨୧ ତାରିଖ ପର୍ଯ୍ୟନ୍ତ ଦର୍ଶନ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ଦରକାର ପଡିବ । ୨୧ ତାରିଖଠାରୁ ସକାଳ ୭ଟାରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯିବ । ସେଥି ମଧ୍ୟରେ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ପୁରୀ ସହରବାସୀ ଦର୍ଶନ କରିପାରିବେ । ୬୫ ବର୍ଷରୁ ଅଧିକ ବୟସ୍କମାନଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯିବ । ଏହି ବ୍ୟବସ୍ଥା ଫେବୃଆରୀ ୨୧ ଯାଏ ଲାଗୁ ହେବ । ଏହାସହିତ ଆନନ୍ଦବଜାରରେ ମହାପ୍ରସାଦ ସେବନ ଉପରେ କଟକଣା ଜାରି ରହିବ ବୋଲି ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ସୂଚନା ଦେଇଛନ୍ତି ।  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ନିଳଚକ୍ର ସାହିତ୍ୟ ସଂସଦ ପକ୍ଷରୁ ଭଜନ ସିଡି ଓ ପୁସ୍ତକ ଲୋକାର୍ପଣ ଉତ୍ସବ

Aren News

ହତ୍ୟାକାଣ୍ଡ ରେ ଥରିଲା ରାଜ୍ୟ, କୋଉଠି ଗୋଷ୍ଠୀ ସଂଘର୍ଷ ତ ଅନ୍ୟ କୋଉଠି ବୀଭତ୍ସ ହତ୍ୟାକାଣ୍ଡ

Aren News

ବୌଦ୍ଧରେ ଗୋଟିଏ ଦିନରେ ୨୭ ଜଣ ଓ ରାଜ୍ୟରେ ୩୬୩୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |