ମାଲକାନଗିରି / ଏରନ୍ ନ୍ୟୁଜ / ୧୦ -୦୧ ଗଂଜେଇ ଚୋରା ଚାଲାଣ କରିବା ପାଇଁ ଏବେ ନୂଆ ତରିକା ଆପଣେଇଛନ୍ତି ମାଫିଆ ମାନେ l ଗାଡି ରେ ନୀଳ ରଙ୍ଗର ଲାଇଟ ଓ ପୁଲିସ ଏସକର୍ଟର ଷ୍ଟିକର ଲଗାଇ କରାଯାଉଛି ଗଂଜେଇ ଚୋରା ଚାଲାଣ l ଏହିପରି ଏକ ମାଫିଆ ଦଳଙ୍କୁ ମାଲକାନଗିରି ଜିଲ୍ଲା ପୋଲିସ ଗିରଫ କରିଛି l ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା-ଡିଇକ୩ ରାସ୍ତାର ନାକାମାମୁଡି ଛକ ନିକଟରେ ପୋଲିସ ତଲାସୀ କରୁଥିବା ସମୟରେ ଏକ ଇନୋଭା (ଓଡି ୩୩ ବି ୩୬୭୬) ଗାଡି ନୀଳ ରଙ୍ଗର ଲାଇଟ ଓ ପୁଲିସ ଏସକର୍ଟର ଷ୍ଟିକର ଲଗାଇ ଯାଉଥିବା ସମୟରେ ଅଟକାଇ ଥିଲେ l ପୋଲିସ କୁ ଦେଖି ଭୟରେ ଜଣେ ଦୌଡ଼ି ପଳାଇବାରୁ ତଲାସୀ କରୁଥିବା ପୋଲିସ ଦଳ ଅଧିକ ସନ୍ଦେହ କରିଥିଲା l ଗାଡ଼ି ତଲାସି କରିବା ସମୟରେ ସେଥିରେ ୪ଟି ବସ୍ତାରେ ଗଂଜେଇ ରହିଥିବା ଜଣା ପଡ଼ିଥିଲା । ପୋଲିସ ଗାଡି ରୁ ୧୦୦ କିଗ୍ରା ଚୋରା ଗଂଜେଇ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବିହାର ରାଜ୍ୟର ପାଟନା ଅଞ୍ଚଳର ରାଜୁ ଖାଲିଫା, ରାଜୀବ କୁମାର ଓ ଅଶୋକ କୁମାର । ଗଂଜେଇ ବିହାରକୁ ଚାଲାଣ ହେବାକୁ ଥିବା ଜଣାପଡ଼ିଛି। ଏନେଇ ଓର୍କେଲ ଥାନା କେସ ନଂ ୬/୨୧ ପ୍ରକାରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଚି l ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id