ବୌଦ୍ଧ / ଏରନ୍ ନ୍ୟୁଜ / ୦୯-୦୧ ବୌଦ୍ଧ ଜିଲା ମନମୁଣ୍ଡା ଠାରେ ଆଜି ଏକ ବୋଲେରୋ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବୌଦ୍ଧ ରୁ ମନମୁଣ୍ଡା ଆଡକୁ ଯାଉଥିବା ଏକ ବୋଲେରୋ ମନମୁଣ୍ଡାର ଭାଲିଆପଦର ଛକ ଠାରେ ସାମନାରୁ ଆସୁଥିବା ଏକ ବାଇକକୁ ଧକକା ଦେଇଥିଲା ଫଳରେ ବାଇକ ଚାଳକ ଗୁଡଭେଲିପଦର ଗ୍ରାମ ପଂଚାୟତ ଡଙ୍ଗାଝୋଳ ଗ୍ରାମର ଗୋପିନାଥ ନାୟକ ( ୬୬ )ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି । ଅନ୍ୟପକ୍ଷରେ ଭାଲିଆପଦର ଛକ ଠାରେ ରାସ୍ତା ନିର୍ମାଣରେ ତୃଟି ରହିଥିବା ଯୋଗୁ ପୂର୍ବରୁ ରହିଆସିଥିବା ଜନଅସନ୍ତୋଷକୁ ଆଜିର ଦୁର୍ଘଟଣା ବଢ଼ାଇ ଦେଇଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଜମା ହେବା ଫଳରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id