ରାୟଗଡା / ଏରନ୍ ନ୍ୟୁଜ / ୦୬ -୦୧ ପୋଲିସର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ପକ୍ଷରୁ ରାୟଗଡା ଜିଲା ମୁନିଗୁଡା ଥାନା ଅନ୍ତର୍ଗତ ଟିକରପଡା ହରିଜନ ସାହି ନିକଟରେ ୫ ନମ୍ବର ରାଜ୍ୟ ରାଜପଥ ଉପର ଚଢ଼ଉ କରାଯାଇ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ବେଳେ ଜଣେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛନ୍ତି । ଗୁଇନ୍ଦା ସୁତ୍ରକୁ ଆଧାର କରି ପୋଲିସର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଏହି ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ଏକ ୧୨ ଚକିଆ ଟ୍ରକ ଯୋଗେ ଚୋରା ଚାଲାଣ କରାଯାଉଥିବା ୨୦୦୦ କିଲୋଗ୍ରାମ ଗଞ୍ଜେଇ ଓ ଟ୍ରକ କୁ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଜବତ କରିଛନ୍ତି । ଗଞ୍ଜେଇ ଚାଲାଣକାରୀ ଫେରାର ହୋଇଯାଇଥିବା ପ୍ରକାଶ l ମାତ୍ର ଗଞ୍ଜେଇ ଚାଲାଣକାରୀ ଚିହ୍ନଟ ହୋଇଥିବାରୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସ୍ୱତନ୍ତ୍ର ଟାକ୍ସ ଫୋର୍ସ ପକ୍ଷରୁ କୁହାଯାଇଛି l ଏନେଇ ମୁନିଗୁଡା ଥାନାରେ ଏକ କେଶ ନଂ ୧/୨୦୨୧ ରୁଜୁ କରାଯିବା ସହ ଅଧିକ ତଦନ୍ତ କରାଯାଉଅଛି । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id