ଭୁବନେଶ୍ୱର / ଏରନ୍ ନ୍ୟୁଜ / ୨୨ -୧୨ କରୋନା ଭାଇରସ୍ ସଂକ୍ରମଣକୁ ଆଖି ଆଗରେ ରଖି ଫେବୃଆରୀରେ ଏଥର ସିବିଏସଇ ବୋର୍ଡ ପରୀକ୍ଷା ହେବନାହିଁ l ବୋର୍ଡ ପରୀକ୍ଷାର ତାରିଖ ଶୀଘ୍ର ଘୋଷଣା ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ ଘୋଷଣା କରିଛନ୍ତି। ଆଜି ଅନୁଷ୍ଠିତ ଶିକ୍ଷକମାନଙ୍କ ୨୨ତମ ଶିକ୍ଷା ସମ୍ବାଦରେ ଯୋଗଦେବା ଅବସରରେ ରମେଶ ପୋଖରିୟାଲ୍ ଅନଲାଇନ୍ ଶିକ୍ଷା, ବୋର୍ଡ ପରୀକ୍ଷା, ପ୍ରବେଶିକା ପରୀକ୍ଷା, ମୂଲ୍ୟାଙ୍କନ, ଶିକ୍ଷକଙ୍କ ଟ୍ରେନିଂ ଏବଂ ଶିକ୍ଷା ସମ୍ବନ୍ଧୀୟ ଅନ୍ୟ ସମସ୍ୟାକୁ ନେଇ ବିସ୍ତୁତ ଆଲୋଚନା କରିଥିଲେ। ଏହି ଶିକ୍ଷା ସମ୍ବାଦ କାର୍ଯ୍ୟକ୍ରମ ଅବସରରେ ପ୍ରତିବର୍ଷ ଜାନୁଆରୀ ଓ ଫେବୃଆରୀରେ ବୋର୍ଡ ପରୀକ୍ଷା ହୋଇଥାଏ , କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ କାରଣରୁ ପରୀକ୍ଷା ଆୟୋଜନ କରିବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ ସୂଚନା ଦେଇଥିଲେ । ୨୦୨୧, ଫେବୃଆରୀ ମାସ ପରେ ବୋର୍ଡ ପରୀକ୍ଷାର ତାରିଖ ଘୋଷଣା କରାଯାଇପାରେ। ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id