ବୌଦ୍ଧ / ଏରନ୍ ନ୍ୟୁଜ / ୧୧-୧୨ ବୌଦ୍ଧ ଜିଲା ଓକିଲ ସଂଘର ବାର୍ଷିକ ନିର୍ବାଚନରେ ସମସ୍ତ ପ୍ରତିନିଧି ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନରେ ସଭାପତି ଭାବେ ବରିଷ୍ଠ ଆଇନଜିବୀ ତାରେଣୀ କୁମାର ମହାପାତ୍ର, ସମ୍ପାଦକ ଭାବେ ଅଶୋକ କୁମାର ମିଶ୍ର, ଉପସଭାପତି ଭାବେ ଅଶୋକ କୁମାର ସାହୁ , ସହ ସଂପାଦକ ଆଶୁତୋଷ ସାହୁ ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ସଂଘର ନୂତନ କର୍ମକର୍ତା ନିର୍ବାଚନ ନେଇ ନିର୍ବାଚନ ଅଧିକାରୀ ଆଇନଜିବୀ ଶ୍ରୀ ଦେହୁରୀ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଆଇନଜିବୀ ଶ୍ରୀ ମହାପାତ୍ର ଦ୍ୱିତୀୟ ଥର ପାଇଁ ଜିଲ୍ଲା ଓକିଲ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସପ୍ତମ ଥର ପାଇଁ ସଂପାଦକ ଭାବେ ଅଶୋକ କୁମାର ମିଶ୍ର ନିର୍ବାଚିତ ହୋଇଛନ୍ତି । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
Download Android App ( Click here )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id