ତାଜା ଖବର
  • Home
  • Other
  • ଭାରତ ବନ୍ଦ ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ, ଓଡିଶା ସିଭିଲ ସର୍ଭିସ ପରୀକ୍ଷା ବାତିଲ
Other ଜୀବନଚର୍ଯ୍ୟା ତାଜା ଖବର ରାଜନୀତି ରାଜ୍ୟ

ଭାରତ ବନ୍ଦ ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ, ଓଡିଶା ସିଭିଲ ସର୍ଭିସ ପରୀକ୍ଷା ବାତିଲ

କଟକ / ଏରନ୍ ନ୍ୟୁଜ / ୦୭ -୧୨ ( ଭରତ ମହାରଣା ) ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ପାଇଁ ମଙ୍ଗଳବାର ଚାଷୀମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି । ତେବେ ଭାରତ ବନ୍ଦ ପାଇଁ ଓଡିଶା ସିଭିଲ ସର୍ଭିସ ମେନ ପରୀକ୍ଷା ବାତିଲ କରାଯାଇଛି । ମଙ୍ଗଳବାର ହେବାକୁ ଥିବା ଏହି ପରୀକ୍ଷା ଜାନୁଆରୀ ୨ ତାରିଖରେ କରାଯିବ ବୋଲି ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟ ସରକାର ନିଜର ସମସ୍ତ ସରକାରୀ ଅଫିସକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି l
ଗତ 12 ଦିନ ଧରି ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ କୃଷି ବିଲ୍‌ 2020 ବିରୋଧରେ କରି ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । କେନ୍ଦ୍ର ସରକାରଙ୍କ ସହ 5 ଥର ଆଲୋଚନା ହେବା ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଦିଲ୍ଲୀର ଏହି ଚାଷୀ ଆନ୍ଦୋଳନକୁ ଦେଶର ବିଭିନ୍ନ ସ୍ଥାନରେ ସମର୍ଥନ କରାଯାଇ ଆନ୍ଦୋଳନ କରାଯାଇଥିବା ଦେଖିବାକୁ ମିଳିଥିଲା । ଓଡିଶାରେ ମଧ୍ୟ ଏହି ଆନ୍ଦୋଳନ ସମର୍ଥନରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରାଜ୍ୟରେ ଆନ୍ଦୋଳନ କରାଯାଇଥିଲା ।  ତେବେ ଦିଲ୍ଲୀରେ ଚାଷୀମାନେ କୃଷି ଆଇନ ବିରୋଧରେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଇଛନ୍ତି । ମଙ୍ଗଳବାର ଭାରତ ବନ୍ଦ ହେଉଥିବାରୁ ଓଡିଶା ସରକାର ଏକ ବଡ ନିଷ୍ପତ୍ତି ନେଇ ସିଭିଲ ସର୍ଭିସର ମେନ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି । ତେବେ ଏହି ପରୀକ୍ଷା ଡିସେମ୍ବର 8 ତାରିଖ ପରିବର୍ତ୍ତେ ଜାନୁଆରୀ 2 ତାରିଖରେ ହେବ । ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ଅଫିସ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି। କରୋନା ମହାମାରୀ ଯୋଗୁଁ ଗମନାଗମନ ଓ ପରିବହନରେ ଅସୁବିଧା ହେବାର ଆଶଙ୍କା ଦର୍ଶାଇ ଏଭଳି ନିଷ୍ପତ୍ତି ନେଇଥିବା ଗଣମାଧ୍ୟମ କୁ ଜଣାଇଛନ୍ତି। ଆସନ୍ତାକାଲି ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ବନ୍ଦ ରହିଲେ ମଧ୍ୟ ଅତ୍ୟାବଶ୍ୟକ ଜରୁରୀ ସରକାରୀ ସେବା ବଜାୟ ରହିବା ନେଇ ସୂଚନା ଦିଆଯାଇଛି।

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ; ନୟାଗଡ଼ ଏସପିଙ୍କୁ ପୋଲିସ ମୁଖ୍ୟାଳୟରେ ଏଆଇଜି ଦାୟିତ୍ୱ

Aren News

ପୁଲିସ ଓ ମାଓବାଦୀ ଗୁଳି ବିନିମୟରେ ୪ କ୍ୟାଡ଼ର ମାଓବାଦୀ ନିହତ

Aren News

ଓଡ଼ିଶାକୁ ଫେରୁଥିବା ପ୍ରବାସୀଙ୍କ କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ -ହାଇକୋର୍ଟ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |