ତାଜା ଖବର
  • Home
  • Other
  • ଶ୍ରମିକ ଫେଡେରେସନ ପକ୍ଷରୁ ବୌଦ୍ଧ ଜ଼ିଲ୍ଲା ରେ ବନ୍ଦ ପାଳନ
Other ତାଜା ଖବର ରାଜନୀତି ରାଜ୍ୟ

ଶ୍ରମିକ ଫେଡେରେସନ ପକ୍ଷରୁ ବୌଦ୍ଧ ଜ଼ିଲ୍ଲା ରେ ବନ୍ଦ ପାଳନ

ବୌଦ୍ଧ / ଏରନ୍ ନ୍ୟୁଜ / ୨୬ -୧୧ ଶ୍ରମିକ ଫେଡେରେସନ ପକ୍ଷରୁ ସର୍ବଭାରତୀୟ ଧର୍ମଘଟକୁ ସମର୍ଥନ କରି ବୌଦ୍ଧ ଜ଼ିଲ୍ଲା ରେ ମଧ୍ୟ ବନ୍ଦ ପାଳନ କରାଯାଉଛି। କେନ୍ଦ୍ରସରକାର ତରବରିଆ ଭାବେ ୪୪ଟି ଶ୍ରମ ଆଇନକୁ ହଟାଇଦେଇ ମାଲିକ ଓ କର୍ପୋରେଟ ସପକ୍ଷବାଦୀ ୦୪ଟି ଶ୍ରମ ସଂହିତାରେ ପରିଣିତ କରିବା, ନୂତନ କୃଷିଆଇନ ପ୍ରଣୟଣ କରି କୃଷି ବ୍ୟବସ୍ଥାକୁ କର୍ପୋରେଟଙ୍କ ହାତରେ ଟେକିଦେବା, ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନକୁ ଉଠାଇଦେଇ ବଜାରକୁ ମହଜୁଦକାରୀ କର୍ପୋରେଟଙ୍କ ହାତରେ ଛାଡିଦେବା ବିରୋଦ୍ଧରେ ଓ ସଂଶୋଧିତ ଆଇନର ବାତିଲ ଓ ସରକାରଙ୍କ ଜନବିରୋଧି ନୀତି ବିରୋଧରେ ଆଜି ବୌଦ୍ଧ ଜିଲ୍ଲାର କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏଆଇଟିୟୁସି ,ଏଚଏମଏସ ,ଆଇଏନଟିୟୁସି, ମା’ଭୈରବୀ ବସ କର୍ମଚାରୀ ସଂଘ, ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ମିଳିତ ମିଳିତ ଭାବେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସମସ୍ତ ଦୋକାନ ବଜାର ସହ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।ଏହାକୁ ଆଖି ଆଗରେ ରଖି ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୃତୟନ କରାଯାଇଛି ।

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ନବରଙ୍ଗପୁର ବନ ବିଭାଗ : ଶ୍ରମିକ ବଦଳରେ କାମ କରୁଛନ୍ତି ଶିଶୁ ଶ୍ରମିକ

Aren News

ତଳ ମୁଁହା କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ୩ ଜଣ ଓ ରାଜ୍ୟରେ ୫୯୪ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଟିମରେ ବୌଦ୍ଧ ଜିଲ୍ଲା ର ଓମପ୍ରକାଶ ଓ ନାରାୟଣ ସାମିଲ, ଗୁରୁତ୍ୱପୂର୍ଣ ଦାୟିତ୍ୱ ପ୍ରଦାନ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |