ବୌଦ୍ଧ / ଏରନ୍ ନ୍ୟୁଜ / ୨୫ -୧୧ ବୌଦ୍ଧ ଜିଲା ସାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଘୋଟାଲା ହୋଇଛି । ଏହି ଘୋଟାଲା ନେଇ ଏବେ ଦିନକୁଦିନ ନୂତନ ତଥ୍ୟ ଲୋକଲୋଚନକୁ ଆସିଲାଣି । ଗରୀବ ଓ ନିରକ୍ଷର ଲୋକମାନଙ୍କ ସରଳତାର ସୁଯୋଗ ନେଇ ଜିଲାର ଜନ ପ୍ରତିନିଧି ଓ ସରକାରୀ କର୍ମଚାରୀ ଏହାର ଫାଇଦା ନେଉଥିବା ଅଭିଯୋଗ କରିଛି ବିଜେପି ଦଳ । ଜିଲାରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନିୟମିତା ନେଇ ବୌଦ୍ଧ ବିଜେପି ପକ୍ଷରୁ ତଦନ୍ତ ଦାବୀ କରାଯାଇଛି । ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ଜିଲାର ୩ ଗୋଟି ବ୍ଳକ ଓ ଗୋଟିଏ ଏନଏସିରେ ହୋଇଥିବା ଆବାସ ଦୁର୍ନୀତିର ତଦନ୍ତ କରାଯିବାକୁ ଦାବୀ କରି ଜିଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏହା ସହିତ ପ୍ରଶାସନ ଯଦି ୭ ଦିନ ଭିତରେ କିଛି ପଦକ୍ଷେପ ଗ୍ରହଣ ନକରେ ତେବେ ବିଜେପି ଦଳ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ପ୍ରତିନିଧି ମଣ୍ଡଳୀରେ ବରିଷ୍ଠ ନେତା ମାଗୁଣୀ ଗାଇଗୌରିଆ, ସୁଶାନ୍ତ ବାଘ, ସତ୍ୟାନନ୍ଦ ପାଣ୍ଡେ, ମନରଞନ ଦାସ ଓ ମହିଳା ସଭାନେତ୍ରୀ ନମିତାରାଣୀ ଦାସ ପ୍ରମୁଖ ସାମିଲ ଥିଲେ । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
Download Android App ( Click here )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id