ବରଗଡ / ଏରନ୍ ନ୍ୟୁଜ / ୨୫ -୧୧ ପୋଲିସର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ପକ୍ଷରୁ ବରଗଡ ଜିଲା ଭଟଲି ଛକ ଠାରେ ଚଢ଼ଉ କରାଯାଇ ଚାଲାଣ କରାଯାଉଥିବା ବାଘ ଛାଲ ଓ ନଖ ଜବତ କରାଯିବା ସହ ୩ ଜଣ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଗୁଇନ୍ଦା ସୁତ୍ରକୁ ଆଧାର କରି ପୋଲିସର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଏହି ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ଗୋଟିଏ ବାଘ ଛାଲ ଓ ବିପୁଳ ପରିମାଣର ନଖ ଜବତ କରିଛନ୍ତି । ଏହାସହ ଭଟଲି ଥାନା ଅନ୍ତର୍ଗତ ଖଜୁରିଆ ଗ୍ରାମର ସତ୍ୟବାନ ସାହୁ, ସଉକି ଥାଟୁଆ ଓ ମିତ ଭୁଏଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏନେଇ ଏକ କେଶ ନଂ ୩୦ ରୁଜୁ କରାଯିବା ସହ ଅଧିକ ତଦନ୍ତ କରାଯାଉଅଛି । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
Download Android App ( Click here )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id