ତାଜା ଖବର
  • Home
  • Other
  • କାମ ନହେବାରୁ ହତୋତ୍ସାହିତ ହୋଇ ତହସିଲ ଅଫିସରେ ନିଆ ଲଗାଇ ଦେଲେ ଯୁବକ
Other ଅପରାଧ ତାଜା ଖବର ରାଜ୍ୟ

କାମ ନହେବାରୁ ହତୋତ୍ସାହିତ ହୋଇ ତହସିଲ ଅଫିସରେ ନିଆ ଲଗାଇ ଦେଲେ ଯୁବକ

ସମ୍ବଲପୁର / ଏରନ୍ ନ୍ୟୁଜ / ୨୦ -୧୧ ( ସନ୍ତୋଷିନୀ ନାୟକ ) ବାରମ୍ବାର ଦୌଡିବା ପରେ ମଧ୍ୟ କାମ ନହେବାରୁ ହତୋତ୍ସାହିତ ହୋଇ ଜଣେ ଯୁବକ ତହସିଲ ଅଫିସ ରେ ନିଆ ଲଗାଇ ଦେଇଛନ୍ତି l ଏହିପରି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ କାର୍ଯ୍ୟାଳୟରେ । ଆଜି ସକାଳ ସାଢେ ୯ ଟା ସମୟରେ ତହସିଲ କାର୍ଯ୍ୟାଳୟରେ ଅଗ୍ନିକାଣ୍ତ ଘଟିଛି । ଘଟଣା ସ୍ଥଲରେ ରେଙ୍ଗାଲୀ ଅଗ୍ନିସମ ବିଭାଗ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ । ମିଲିଥିବା ସୂଚନା ମୁତାବକ ରେଙ୍ଗାଳି ବ୍ଲକ ତିଲେଇମାଲ ଗ୍ରାମର ଜଣେ ଯୁବକ ନିଜର କୌଣସି କାମ ପାଇ ତହସିଲ ଅଫିସ କୁ ବାରମ୍ବାର ଆସି ନୟାନ୍ତ ହୋଇଥିବା ଅଭିଯୋଗ ହୋଇଛି । ତେଵେ ବାରମ୍ବାର ତହସିଲ ଅପିସ କୁ ଆସିବା ପରେ ବି ସେହି ବ୍ୟକ୍ତି ଜଣଙ୍କର କାମ ନହେବାରୁ ଆଜି ସେ ହତୋତ୍ସାହିତ ହୋଇ ତହସିଲ ଅଫିସ କୁ ପହଞ୍ଚିଥିଲେ। ଏକ ଅଟାେ ସାହାର୍ଯ୍ୟରେ କିଛି ଟାୟାର ଓ ତାଙ୍କ କାଗଜ ପତ୍ର ସହ ପେଟ୍ରୋଲ ଆଣି ତହସିଲ ଅଫିସ ଭିତରକୁ ନେଇ ନିଆ ଲଗାଇଥିବା ଅଭିଯୋଗ ହୋଇଛି । ଫଳରେ ନିଆଁ ପର୍ଯ୍ୟୟ କ୍ରମେ ତହସିଲ ଅଫିସ ବ୍ୟାପି ଯାଇଥିଲା । ସଙ୍ଗେ ସଙ୍ଗେ ରେଙ୍ଗାଳି ଅଗ୍ନିସମ ବିଭାଗ ଖବର ପାଇ ତହସିଲ ଅପିସ ରେ ପହଛି ଦୀର୍ଘ ୧ ଘଣ୍ଟା ଧରି ପରିଶ୍ରମ କରିବା ପରେ ନିଆକୁ ଆୟତ୍ତ କରିଥିଲେ । ହଠାତ ନିଆଁ ଲାଗିବାରୁ ଅଫିସର ଅନେକ କାଗଜପତ୍ର ଓ ଆସବାବପତ୍ର ଜଳିଯାଇଛି l ସେପଟେ ନିଆ ଲଗାଇଥିବା ବ୍ୟକ୍ତି କୁ ରେଙ୍ଗାଲି ପୋଲିସ ଅଟକ ରଖିଥିବା ସୂଚନା ମିଲିଛି । ଅପରପକ୍ଷରେ ରେଙ୍ଗାଲୀ ତହସିଲ କାଯ୍ୟାଲୟ କୁ ନିଜ କାମ ପାଇଁ ବାରମ୍ବାର ଯାଇ କାମ ନହେବାରୁ ତହସିଲ ଅପିସ ରେ ନିଆ ଲଗାଇବା ପାଇଁ ବାଧ୍ୟ ହୋଇଥିବା ବ୍ୟକ୍ତିଙ୍କ କାମ କଣ ପାଇଁ ହେଉନାହି ସେ ନେଇ ମଧ୍ୟ ତଦନ୍ତ କରାଯିବାକୁ ସାଧାରଣ ରେ ଦାବି ହୋଇଛି ।

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ରେଙ୍ଗାଲି : କରୋନା ଯୋଦ୍ଧାଙ୍କୁ ସଂମ୍ବର୍ଦ୍ଧିତ କଲା ଉତ୍କଳୀୟମ ଫାଉଣ୍ଡେସନ

Aren News

ବାରିପଦା: ମାଇଁର ମୁଣ୍ଡ କାଟିଲା ଭଣଜା, ଡାହାଣୀ ସନ୍ଦେହ , କଟାମୁଣ୍ଡ ସହ ଭଣଜା ଥାନା ରେ

Aren News

ବୌଦ୍ଧ : ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ଭସ୍ମିଭୂତ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |