ତାଜା ଖବର
  • Home
  • Other
  • ଜିଲ୍ଲାସ୍ତରୀୟ ୬୭ ତମ ସମବାୟ ସପ୍ତାହ ପାଳିତ
Other ତାଜା ଖବର ରାଜ୍ୟ

ଜିଲ୍ଲାସ୍ତରୀୟ ୬୭ ତମ ସମବାୟ ସପ୍ତାହ ପାଳିତ

ବୌଦ୍ଧ / ଏରନ୍ ନ୍ୟୁଜ / ୧୯ -୧୧ ବୌଦ୍ଧ ଜିଲ୍ଲା ସମବାୟ ସଂଘ ତରଫରୁ ୬୭ ତମ ନିଖିଳ ଭାରତ ସମବାୟ ସପ୍ତାହ ଗିରାସିଙ୍ଗାସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ବନ ପ୍ରକଳ୍ପ ଠାରେ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା ସମବାୟ ସଂଘ ଆବାହକ ସତ୍ୟଜିତ କୁମାର ପଣ୍ଡାଙ୍କ ଆବାହକତ୍ବରେ ଓ ସଭାପତି ବିଭୁ ପ୍ରସାଦ କ୍ଷେତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବୌଦ୍ଧ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମବାୟ ସପ୍ତାହ ପାଳନର ଉପାଦେୟତା ଉପରେ ଆଲୋକପାତ କରିଥିଲେ | ପ୍ରାରମ୍ଭରେ ତିଲେସ୍ବର୍ ଓ ମୁଣ୍ଡି ପଦର ସେବା ସମବାୟ ସମିତି ର ପୂର୍ବତନ ସଭାପତି ସ୍ବର୍ଗତ ଦୁଖିଶ୍ୟାମ୍ ପ୍ରଧାନ ଓ ବ୍ରଜ ମୋହନ ବେହେରାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯାଇଥିଲା | ସେମାନଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା | ସମବାୟ ଅନୁଷ୍ଠାନ ଗୁଡିକ ସୁଦୃଢ ହେଲେ ଚାଷୀ, ଶ୍ରମିକ ଓ ମହିଳା ମାନଙ୍କ ଆର୍ଥିକ ଓ ସାମାଜିକ ବିକାଶ ହୋଇ ପାରିବ ବୋଲି ଶ୍ରୀ ସାହୁ କହିଥିଲେ l ସେହିପରି ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ଅବସରପ୍ରାପ୍ତ ଶାଖା ପରିଚାଳକ ପ୍ରତାପ କୁମାର୍ ସାହୁ, ନେତ୍ରାନନ୍ଦ ବାରିକ, ପୂର୍ଣ୍ଣଚନ୍ଦ୍ର ସାହୁ, ଦିଲ୍ଲୀପ କୁମାର୍ ପ୍ରଧାନ, ପବିତ୍ର ରାଉତ ପ୍ରମୁଖ ସମବାୟ ସଂସ୍ଥା ଗୁଡିକର ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ଆଲୋକପାତ କରିଥିଲେ | ସପ୍ତାହ ପାଳନ ଉତ୍ସବ ରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସମବାୟ ସମିତିର ପୂର୍ବତନ ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ l ଶେଷରେ ପୟୋଧର ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ |

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ସମ୍ବଲପୁର : ଶୀତଲଷଷ୍ଠିର ପତ୍ରପେଣ୍ଡି ଯାତ୍ରା ସଂପନ୍ନ

Aren News

କୌଣସି ଇଣ୍ଟରଭ୍ୟୁ କୁ ଯାଉଛନ୍ତି କି, ତେବେ ଜାଣି ନିଅନ୍ତୁ ଏହିସବୁ ପ୍ରଶ୍ନର ଉତ୍ତର

Simun Naik

ବୌଦ୍ଧରେ ୨ ଜଣ ଓ ରାଜ୍ୟରେ ୧୩୮୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ସଂଖ୍ୟା ୩୭,୬୮୧ କୁ ବୃଦ୍ଧି

Aren News

ଏକ ମନ୍ତବ୍ୟ ଛାଡନ୍ତୁ |