ତାଜା ଖବର
  • Home
  • Other
  • ଦାଦା ବଟି ମାଗିବା ଅଭିଯୋଗରେ ପୁଣି ୨ ଜଣ ସାମ୍ବାଦିକ ଗିରଫ
Other ଅପରାଧ ତାଜା ଖବର ରାଜ୍ୟ

ଦାଦା ବଟି ମାଗିବା ଅଭିଯୋଗରେ ପୁଣି ୨ ଜଣ ସାମ୍ବାଦିକ ଗିରଫ

ସମ୍ବଲପୁର / ଏରନ୍ ନ୍ୟୁଜ / ୧୮-୧୧ ( ସନ୍ତୋଷିନୀ ନାୟକ ) ରାଜଧାନୀ ଭୁବନେଶ୍ବର ପରେ ଏବେ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ଜିଲ୍ଲା ରେ ବଟି ମାଗୁ ଥିବା ଅଭିଯୋଗ ରେ ଦୁଇଜଣ ସାମ୍ବାଦିକ ବୁର୍ଲା ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି । ଅଭିଯୋଗ ଅନୁସାରେ ବୁର୍ଲା ସହରର ବୀରେନ୍ଦ୍ର ବଗତ୍ତି ନାମକ ଜଣେ ବ୍ୟକ୍ତି କୌଣସି ଏକ ମାମଲାରେ ଜତିଡ ଥିବା ଖବର ପାଇ ଏହି ସାମ୍ବାଦିକ ଦ୍ବୟ ଧମକ ଚମକ ଦେଇ ୫୦ ହଜାର ଟଂକା ବଟି ମାଗୁଥିଲେ | ୫୦ ହଜାର ଟଙ୍କା ଦେଲେ ମାମଳା କୁ କୋହଲ କରିଦେବେ ବୋଲି ବୀରେନ୍ଦ୍ରଙ୍କୁ ସାମ୍ବାଦିକ ମାନେ କହିଥିଲେ । ତେବେ ଏଥିରେ ବୀରେନ୍ଦ୍ର ରାଜି ନହେବାରୁ ସାମ୍ବାଦିକ ଦ୍ବୟ ତାଙ୍କୁ ବଟି ଟଙ୍କା ପାଇଁ ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି ବୀରେନ୍ଦ୍ର ବଗତ୍ତି । ଏନେଇ ବୀରେନ୍ଦ୍ର ବଗତ୍ତି ବୁର୍ଲା ଥାନାରେ ଅଭିଯୋଗ କରିବା ପରେ ପୋଲିସ ସାମ୍ବାଦିକ ଦ୍ବୟଙ୍କୁ ଗିରଫ କରି କୋଟ ଚାଲାଣ କରିଛି । ଗିରଫ ସାମ୍ବାଦିକ ହେଲେ ଟୁଡେ ଫାଷ୍ଟ ନ୍ୟୁଜ ଓଡିଶା ଆନନ୍ଦ ଷଣ୍ଢ ଓ ଯୁବା ଶକ୍ତି ନ୍ୟୁଜ ର ଫିଲିପ୍ କୁମାର | ପୋଲିସ ଏମାନଙ୍କ ଠାରୁ ମିଡିଆର ପରିଚୟ ପତ୍ର ମଧ୍ୟ ଜବତ କରିଛି ।

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ ଜିଲା ପାଇଁ ନୂତନ ନିୟମାବଳୀ ଜାରୀକଲେ ଜିଲାପାଳ, କୋହଳ ହେଲା ସବୁ କଟକଣା

Aren News

ଲୋକନାଥ ହତ୍ୟାକାଣ୍ଡ ମାମଲାରେ ବିଜେପି ରାଜନୀତି କରୁଛି – ବିଜେଡି ନେତା କୃତ୍ତିବାସ ପାତ୍ର

Simun Naik

୫୨ବର୍ଷ ବୟସରେ ବାପା ହୋଇଛନ୍ତି ଶାହିଦ କପୁରଙ୍କ ସାବତ ବାପା

Aren News

ଏକ ମନ୍ତବ୍ୟ ଛାଡନ୍ତୁ |