ତାଜା ଖବର
  • Home
  • Other
  • ରାଜ୍ୟରେ ମ୍ୟାଟ୍ରିକ ଓ +୨ ପରୀକ୍ଷା ବିଳମ୍ବରେ ହେବ- ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ
Other ତାଜା ଖବର ରାଜ୍ୟ

ରାଜ୍ୟରେ ମ୍ୟାଟ୍ରିକ ଓ +୨ ପରୀକ୍ଷା ବିଳମ୍ବରେ ହେବ- ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ

ଭୁବନେଶ୍ୱର / ଏରନ୍ ନ୍ୟୁଜ / ୧୮-୧୧ କରୋନା ମହାମାରୀ ଯୋଗୁଁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଅନେକ ସମସ୍ୟା ଦେଖାଦେଇଛି । ପାଠପଢ଼ା ହୋଇନଥିବାରୁ ଏବେ ମ୍ୟାଟ୍ରିକ ଓ +୨ ପରୀକ୍ଷା କରାଯିବାରେ ବିଳମ୍ବ ହେବ । ଏନେଇ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇ କହିଛନ୍ତି । ପରୀକ୍ଷା କେବେ ହେବ ସେନେଇ ସୂଚନା ପରେ ଦିଆଯିବ । କେନ୍ଦ୍ର ସରକାର ଯଦି ପରୀକ୍ଷା କରାଯିବା ନେଇ କୌଣସି ନିଷ୍ପତି ନିଅନ୍ତି ତେବେ ସେ ଅନୁସାରେ ରାଜ୍ୟରେ ମ୍ୟାଟ୍ରିକ ଓ +୨ ପରୀକ୍ଷା କରାଯିବ । କେନ୍ଦ୍ର ସରକାର ଯଦି ପରୀକ୍ଷା ବନ୍ଦ କରନ୍ତି ତେବେ ରାଜ୍ୟରେ ମଧ୍ୟ ପରୀକ୍ଷା କରାଯିବ ନାହିଁ । ରାଜ୍ୟରେ ଏବେ ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ବିଦ୍ୟାଳୟ ବନ୍ଦ ରହିଛି । ବିଦ୍ୟାଳୟ ଖୋଲିଲେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନେ ସ୍କୁଲ ଯାଇପାରିବେ । ପରୀକ୍ଷା ପୂର୍ବରୁ ଅତିକମରେ ୩ମାସ ଠିକ ଭାବେ ପାଠପଢ଼ା କରାଯିବା ନେଇ ବିଭାଗ ଚିନ୍ତା କରୁଥିବା ଜଣାପଡିଛି ।

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ନାକଟିଦେଉଳ : ହାତୀ ଆକ୍ରମଣରେ କେନ୍ଦୁପତ୍ର ତୋଳାଳୀଙ୍କ ମୃତ୍ୟୁ

Aren News

ବୌଦ୍ଧରେ ୫ ଜଣ ଓ ରାଜ୍ୟରେ ୩୩୮୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ , ଆକ୍ରାନ୍ତଙ୍କ ସଂଖ୍ୟା ୯୦୯୮୬ କୁ ବୃଦ୍ଧି

Aren News

ବିଜେଡି ସମ୍ପାଦକଙ୍କ ନାମ ଘୋଷଣା : ଯୁବନେତାଙ୍କୁ ଗୁରୁତ୍ୱ . ଜାଣନ୍ତୁ କାହାକୁ ଦିଆଗଲା କେଉଁ ଦାୟିତ୍ବ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |