ତାଜା ଖବର
  • Home
  • Other
  • ପୁଅର ଶବକୁ କାନ୍ଧରେ ବୋହିଲା ବାପା, ସରକାରୀ ଯୋଜନା କାର୍ଯ୍ୟକାରିତାର ନଗ୍ନ ଚିତ୍ର
Other ତାଜା ଖବର ରାଜନୀତି ରାଜ୍ୟ

ପୁଅର ଶବକୁ କାନ୍ଧରେ ବୋହିଲା ବାପା, ସରକାରୀ ଯୋଜନା କାର୍ଯ୍ୟକାରିତାର ନଗ୍ନ ଚିତ୍ର

ବୌଦ୍ଧ / ଏରନ୍ ନ୍ୟୁଜ / ୧୭ -୧୧ ସରକାରୀ ଯୋଜନା କାର୍ଯ୍ୟକାରୀ କରାନଯିବା, ସାଧାରଣ ସହଯୋଗ ଓ ସୁବିଧା ଅଭାବରୁ ୭ ବର୍ଷ ପୁଅର ଶବକୁ କାନ୍ଧରେ ବୋହି ବାପା ନିଜ ଘରକୁ ବଜାର ମଧ୍ୟ ଦେଇ ଯାଉଥିବା ଘଟଣା ବୌଦ୍ଧ ଜିଲାରେ ସରକାରୀ ଯୋଜନା କାର୍ଯ୍ୟକାରିତାର ନଗ୍ନ ଚିତ୍ର ସମ୍ମୁଖକୁ ଆଣି ଦେଇଛି । ଜଣେ ପିତାର ଅସହାୟତା ଦେଖି ଜଣେ ସମାଜସେବୀ ନିଜ ଗାଡିରେ ଶବ ସହ ପରିବାରର ସମସ୍ତଙ୍କୁ ନେଇ ତାଙ୍କ ଘରେ ଛାଡିଥିବା ଘଟଣା ଏବେ ଜିଲା ସାରା ଚର୍ଚ୍ଚାରେ ପରିଣତ ହୋଇଛି ।

ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲା ପୁରୁଣାକଟକ ଠାରେ । ବୌଦ୍ଧ ଜିଲ୍ଲା ତିଲେଶ୍ୱର ପଂଚାୟତ ମୂଷାଢ ଗ୍ରାମର ଶେଷଦେବ ପ୍ରଧାନଙ୍କ ସାନ ପୁଅ ରାଜେନ୍ଦ୍ର(୭ବର୍ଷ)ର ପେଟଯନ୍ତ୍ରଣା ଯୋଗୁଁ ମେଡିକାଲ ନେବା ପାଇଁ ଆମ୍ବୁଲାନକୁ ପରିବାର ଲୋକେ ଫୋନ କରିଥିଲେ । ମାତ୍ର ଆମ୍ବୁଲାନ୍ସ ପଂହଚିବାରେ ବିଳମ୍ବ ହେବା ଜାଣି ଗରିବ ଖଟିଖିଆ ପରିବାର ଲୋକେ ଏକ ଅଟୋ ଭଡା କରି ମଙ୍ଗଳବାର ସକାଳେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ପୁଅକୁ ଭର୍ତୀ କରିଥିଲେ । ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ପୁଅର ସେଠାରେ ମୃତ୍ୟୂ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ନିଜେ ଖଣ୍ଡେ ଗାଡି ଯୋଗାଡ କରିପାରିନଥିଲେ କିମ୍ବା ମାଳ ମାଳ ସରକାରୀ ଯୋଜନା ରହିଥିବା ସତ୍ୱେ କୌଣସି ସହାୟତା ମଧ୍ୟ ମିଳିନଥିଲା । ଫଳରେ ବାଧ୍ୟ ହୋଇ ବାପା ନିଜ ପୁଅରମୃତ ଦେହକୁ କାନ୍ଧରେ ଧରି ନିଜ ଗ୍ରାମ ଅଭିମୁଖେ ବାହାରିଥିଲେ । ସାଙ୍ଗରେ ପତ୍ନୀ ଓ ଝିଅ ମଧ୍ୟ ଚାଲି ଚାଲି ବାହାରିଥିଲେ । ମୃତ ପୁଅକୁ ବୃଦ୍ଧ ବାପା କାନ୍ଧେଇ ଫେରୁଥିବାବେଳେ ମାଆ ଏବଂ ଭଉଣୀ ତାଙ୍କ ସହିତ ଚାଲି ଚାଲି ଘରକୁ ଫେରୁଥିବା ଭଳି ଏକ ହୃଦୟବିଦାରକ ଦୃଶ୍ୟ ପ୍ରଦୀପ କୁମାର ଛତ୍ରିଆ ନାମକ ଜଣେ ସ୍ୱେଚ୍ଛାସେବୀଙ୍କ ନଜରକୁ ଆସିଥିଲେ । ସେ ନିଜ କାରରେ ଶବକୁ ନେଇ ମୂଷାଡ ଗ୍ରାମରେ ଛାଡିଥିଲେ । ପ୍ରଦୀପଙ୍କ ଏଭଳି ମହତ୍ କାର୍ଯ୍ୟକୁ ସାଧାରଣରେ ପ୍ରଂଶସା କରାଯାଇଛି । ମାତ୍ର ଶେଷଦେବ ଭଳି ଜଣେ ଗରିବ ବୃଦ୍ଧ ବାପା ୭ବର୍ଷ ପୁଅର ମୃତଦେହ କାନ୍ଧେଇ ଚାଲି ଚାଲି ବଜାର ମଧ୍ୟ ଦେଇ ଘରକୁ ଫେରିବା ଘଟଣା ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ଅବହେଳା ନା ସରକାରୀ ବ୍ୟବସ୍ଥାର ତୃଟି ନା ମାଳ ମାଳ ଜନକଲ୍ୟାଣକାରୀ ଯୋଜନା ନେଇ ସରକାରଙ୍କ ଫମ୍ପା ପ୍ରଚାର ।ଏଭଳି ଘଟଣାର ନିରପେକ୍ଷ ତଦନ୍ତ କରାଯିବା ଦରକାର । ଏଭଳି ଘଟଣା ସଂର୍ପକରେ ତାଙ୍କ ପାଖରେ କିଛି ଖବର ନାହିଁ ବୋଲି ବୌଦ୍ଧ ସି.ଡି.ଏମ.ଓ ତ୍ରୀଲୋଚନ ପ୍ରଧାନ କହିଛନ୍ତି । ପିଲାଟି ମେଡିକାଲ ପଂହଚିବାର ଘଂଟାଏ ଆଗରୁ ମୃତ୍ୟୂ ଘଟିଥିଲା । ତାକୁ ମୃତ ଘୋଷଣା କଲାପରେ ପରିବାର ଲୋକଙ୍କୁ ଶବ ବ୍ୟବଛେଦ କରାଯିବ ଏଣୁ ଅପେକ୍ଷା କରିବାକୁ କୁହାଯ୍ଧବଥିଲା । ମାତ୍ର କିଛି ସମୟ ପରେ ପିଲାର ମୃତଦେହ ଧରି ସେମାନେ ମାର୍କେଟରେ ବୁଲୁଥିବା ଖବର ପାଇଲୁ । ଷ୍ଟାଫଙ୍କୁ ପଠାଇ ଡକାଇଲୁ । ମାତ୍ର ସେମାନେ ଶୁଣିଲେନି । ଆମେ ଏ ସଂର୍ପକରେ ପୁଲିସକୁ ଜଣାଇଥିବା କହିଛନ୍ତି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଆଦିତ୍ୟ ପ୍ରସାଦ ।

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧରେ ୧୬ ଜଣ ଓ ରାଜ୍ୟରେ ୨୫୮୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ , ଆକ୍ରାନ୍ତଙ୍କ ସଂଖ୍ୟା ୬୭୧୨୨ କୁ ବୃଦ୍ଧି

Aren News

ଶ୍ରମିକ ଫେଡେରେସନ ପକ୍ଷରୁ ବୌଦ୍ଧ ଜ଼ିଲ୍ଲା ରେ ବନ୍ଦ ପାଳନ

Aren News

Onward movie review: Chris Pratt, Tom Holland and Disney Pixar will make you laugh and cry but not enough

admin

ଏକ ମନ୍ତବ୍ୟ ଛାଡନ୍ତୁ |